ମ୍ୟାଚ ଜିତାଇବା ପରେ ହୃଦୟ ଜିତିଲେ ସିରାଜ୍, ଗ୍ରାଉଣ୍ଡଷ୍ଟାଫଙ୍କୁ ଦାନ କଲେ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ରାଶି

କଲମ୍ବୋ: ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଟିମ ଐତିହାସିକ ବିଜୟ ହାସଲ କରି ଚାମ୍ପିୟନ ହୋଇଛି । ଏହି ବିଜୟର ହିରୋ ଥିଲେ  ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ, ଯିଏକି ୬ଟି ୱିକେଟ୍ ନେଇ ଶ୍ରୀଲଙ୍କା ଟିମର ଅଣ୍ଟା ଭାଙ୍ଗିଦେଇଥିଲେ। ସିରାଜଙ୍କ ଚମତ୍କାର ବୋଲିଂ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କାକୁ ୧୫.୨ ଓଭରରେ ୫୦ ରନ୍ ରେ ଅଲଆଉଟ୍ କରିଦେଇଥିଲା ଓ ପରେ ଏହି ଟାର୍ଗେଟକୁ ସହଜରେ ହାସଲ କରିନେଇଥିଲା ।

ମ୍ୟାଚରେ ଘାତକ ବୋଲିଂ କରି ସେ କ୍ରିକେଟପ୍ରେମୀଙ୍କ ହୃଦୟ ଜିତିଥିବାବେଳେ ମ୍ୟାଚ ପରେ ବି ସେ ଲୋକଙ୍କ ହୃଦୟ ଜିତିଛନ୍ତି । ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ବାବଦରେ ୫ ହଜାର ଡଲାର ( ପ୍ରାୟ ୪ ଲକ୍ଷ ୧୫ ହଜାର ଟଙ୍କା) ଦିଆଯାଇଥିବାବେଳେ ସେ ଉକ୍ତ ରାଶିକୁ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦାନ କରିଦେଇଥିଲେ।

ଅନ୍ୟପକ୍ଷରେ ଏହି ଟୁର୍ଣ୍ଣାମେଣ୍ଟ ସାରା ଗ୍ରାଉଣ୍ଡ ଷ୍ଟାଫ କରିଥିବା ପରିଶ୍ରମକୁ ସ୍ବୀକୃତି ଜଣାଇ ଏସୀୟ କ୍ରିକେଟ ପରିଷଦ (ଏସିସି) ପକ୍ଷରୁ ସେମାନଙ୍କୁ ୫୦ ହଜାର ଡଲାର ପୁରସ୍କାର ପ୍ରଦାନ କରାଯାଇଛି । ଏସିସି ପକ୍ଷରୁ ବିସିସିଆଇ ସଚିବ ଜୟ ଶାହା ଏହି ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏହି ପୁରସ୍କାର ପାଇବା ପରେ ଗ୍ରାଉଣ୍ଡ ଷ୍ଟାଫଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଥିଲା ।

 

ସମ୍ବନ୍ଧିତ ଖବର