ଗାବାରେ ପୁଣି ସିରାଜ ଅପମାନିତ

ସିଡ୍‌ନି ଟେଷ୍ଟ୍‌ ବେଳେ ଜାତିଆଣ ଆକ୍ଷେପର ଶିକାର ହୋଇଥିବା ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ ଗାବାରେ ମଧ୍ୟ ଦର୍ଶକଙ୍କ ଖରାପ ବ୍ୟବହାରରୁ ବଞ୍ଚିତ ହୋଇନାହାନ୍ତି। ଚତୁର୍ଥ ଟେଷ୍ଟ୍‌ର ପ୍ରଥମ ଦିନ ‌ସିରାଜ ସୀମାରେଖା ନିକଟରେ କ୍ଷେତ୍ରରକ୍ଷଣ କରୁଥିବା ବେଳେ ଗ୍ୟାଲେରିରେ ବସିଥିବା କିଛି ଦର୍ଶକ ତାଙ୍କୁ ‘ରକ୍ତାକ୍ତ କୀଟ’ ବୋଲି ଡାକିଥିଲେ। ୱାସିଂଟନ୍‌ ସୁନ୍ଦରଙ୍କୁ ମଧ୍ୟ ସେହି ସମାନ ଦର୍ଶକ ଅପମାନିତ କରିଥିଲେ। ସିଡ୍‌ନି ମର୍ଣିଂ ହେରାଲ୍ଡ ରିପୋର୍ଟ ଅନୁଯାୟୀ ଉଭୟ ସିରାଜ ଓ ସୁନ୍ଦରଙ୍କୁ କିଛି ଦର୍ଶକ କୀଟ ବୋଲି ଡାକିଥିଲେ। ‘ମୋ ପଛରେ ଥିବା ଜଣେ ବ୍ୟକ୍ତି ବଡ଼ ପାଟିରେ ଉଭୟ ୱାସିଂଟନ ଓ ସିରାଜଙ୍କୁ ‘କୀଟ’ ଡାକୁଥିଲେ ବୋଲି କାଟେ ନାମକ ଜଣେ ଦର୍ଶକ କହିଛନ୍ତି।

ସମ୍ବନ୍ଧିତ ଖବର