ସିରାଜ ଓ ନଦିମ୍‌ଙ୍କୁ ୩-୩ ଇଣ୍ଡିଜ୍‌ ‘ଏ’ ୩୦୧/୯

ଟନ୍‌ଟନ୍‌: ଭାରତ ‘ଏ’ ବିପକ୍ଷ ଦ୍ୱିତୀୟ ଅନୌପଚାରିକ ଟେଷ୍ଟ୍‍ର ପ୍ରଥମ ଦିନରେ େଓ୍ଵଷ୍ଟଇଣ୍ଡିଜ୍‌ ‘ଏ’ ୯ ଓ୍ଵିକେଟ୍‌ରେ ୩୦୧ ରନ୍‌ କରିଛି। ଅଧିନାୟକ ସମର୍‌ ବ୍ରୁକ୍‌ସ (୧୨୧*, ୨୨୪ ବଲ)ଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ଇଣ୍ଡିଜ୍‌ର ଅନ୍ୟ କେହି ଅର୍ଧଶତକ ହାସଲ କରିପାରିନଥିଲେ। ଭାରତ ‘ଏ’ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ସିରାଜ୍‌ ଏବଂ ସ୍ପିନର୍‌ ସାହବାଜ୍‌ ନଦିମ୍‌ ୩ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ରଜନୀଶ ଗୁରବାଣୀ, ବିଜୟ ଶଙ୍କର, ଜୟନ୍ତ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ। ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟ୍‍ ଅମୀମାଂସିତ ରହିଥିଲା।

ସମ୍ବନ୍ଧିତ ଖବର