ଦୁବାଇ: ଦୀର୍ଘ ସାତ ମାସ ପରେ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ପତି ତଥା ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କୁ ଭେଟିଛନ୍ତି। ସାନିଆଙ୍କ ସାଙ୍ଗରେ ପୁଅ ଇଝାନ ମଧ୍ୟ ଥିଲା। ଇଂଲଣ୍ଡରେ ଶୃଙ୍ଖଳା ଖେଳି ଦୁବାଇ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭେଟିଛନ୍ତି ସାନିଆ-ଇଝାନ। କରୋନା ମହାମାରୀ ଲକଡାଉନ୍ ପାଇଁ ସାନିଆ ଓ ଇଝାନ ଗତ ଫେବ୍ରୁଆରି ମାସଠାରୁ ସୋଏବଙ୍କୁ ଭେଟି ପାରିନଥିଲେ। ପରିବାର ସହ ଭେଟିବାର ଏକ ଭିଡିଓ ସୋଏବ ତାଙ୍କ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଏଥିରେ ସେ ଇଝାନଙ୍କୁ ଉପରକୁ ଉଠାଇ ଗେଲ କରୁଥିବା ଦେଖିବାକୁ ମିଳୁଛି। ସାନିଆ ମଧ୍ୟ ସୋଏବ ଓ ଇଝାନଙ୍କ ସହ ଉଠାଇଥିବା ଫଟୋକୁ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରିଥିଲେ।
୭ ମାସ ପରେ ସୋଏବଙ୍କୁ ଭେଟିଲେ ସାନିଆ, ଇଝାନ
/sambad/media/post_attachments/wp-content/uploads/2020/09/fh87fsd98h7sf89h7sf8fshfhhffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)