ଷଷ୍ଠ ଏସ୍‌ଆର୍ ଅନ୍‌ଲାଇନ୍ ଚେସ୍‌ ଅରିଣ ଅନ୍ବେଷ ବିଜେତା

ଭୁବନେଶ୍ବର: ସହିଦ ନଗରସ୍ଥିତ ଏସ୍‌ଆର୍‌ ଚେସ୍ କେନ୍ଦ୍ର ପକ୍ଷରୁ ଜାରି ରହିଥିବା ସପ୍ତାହାନ୍ତ ଅନ୍‌ଲାଇନ୍ ଚେସ୍‌ ପ୍ରତିଯୋଗିତାର ଷଷ୍ଠ ସଂସ୍କରଣରେ ଲୟଲା ସ୍କୁଲ୍‌ର ସପ୍ତମ ‌‌‌ଷ୍ଟାଣ୍ଡାର୍ଡ ଛାତ୍ର ଅରିଣ ଅନ୍ବେଷ ସ୍ବାଇଁ ବିଜେତା ହୋଇଛନ୍ତି। ୭ ରାଉଣ୍ଡ୍ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଅରିଣ ଅନ୍ବେଷ ଅପରାଜିତ ରହି ୬.୫ ପଏଣ୍ଟ୍ ପାଇ ଶୀର୍ଷରେ ରହିଥିଲେ। ସନ୍ଦୀପା ପ୍ରିୟଦର୍ଶିନୀ ସାହୁ (୬), ଜୀବନଜ୍ୟୋତି (୫), ଶିବାଂଶ ମିଶ୍ର (୫) ପରବର୍ତୀ ୩ ସ୍ଥାନରେ ରହିଥିଲେ। ୧୧ ବର୍ଷରୁ କମ୍ ବର୍ଗରେ ବିକାଶ କୁମାର ଲେଙ୍କା, ମହାବୀର ପାତ୍ର (ଉଭୟ ୫ ପଏଣ୍ଟ), ୯ ବର୍ଷରୁ କମ୍ ବର୍ଗରେ ପ୍ରତ୍ୟାଶା ଜେନା, ଧୃବ (ଉଭୟ ୪ ପଏଣ୍ଟ) ଏବଂ ବାଳିକାରେ ସାଇ ସମ୍ପ୍ରଦା ମହାନ୍ତି, ଦେବୀନା ଚାୱଲା (ଉଭୟ ୪ ପଏଣ୍ଟ) ପ୍ରଥମ ଦୁଇ ସ୍ଥାନରେ ରହିଥିଲେ। ଏସ୍ ଆର୍‌ ଚେସ୍ କେନ୍ଦ୍ରର ନିର୍ଦେଶକ ତଥା ଅନ୍ତର୍ଜାତୀୟ ଫିଡେ ଇନ୍‌ଷ୍ଟ୍ରକ୍ଟର୍‌ ସତ୍ୟରଂଜନ ପଟ୍ଟନାୟକ, କିମ୍ସ ଡକ୍ଟର ମାନସ ରଂଜନ ମିଶ୍ର ଏବଂ ସତ୍ୟଜିତ ପଟ୍ଟନାୟକ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର