କଲମ୍ବୋ : କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଖେଳାଯାଉଥିବା ୨ୟ ଦିନିକିଆରେ ଭାରତକୁ ୩୨ ରନରେ ପରାସ୍ତ କରିଛି ଶ୍ରୀଲଙ୍କା । ଶ୍ରୀଲଙ୍କା ଦ୍ବାରା ବିଜୟ ପାଇଁ ୨୪୧ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ଭାରତ ୪୨.୨ ଓଭରରେ ୨୦୮ ରନ କରି ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ଲଢୁଆ ଅର୍ଦ୍ଧଶତକ (୬୪ ରନ) ହାସଲ କରିଥିବାବେଳେ ଅକ୍ଷର ପଟେଲ ୪୪ ରନ, ଶୁଭମନ ଗିଲ ୩୫ ରନ କରିଥିଲେ । ଭାରତର ଦୁଇ ଓପନର ରୋହିତ ଓ ଶୁଭମନ ପ୍ରଥମ ଓ୍ବିକେଟ ଯୋଡ଼ିରେ ୯୭ ରନ କରି ଏକ ଦୃଢ ମୂଳଦୁଆ ସ୍ଥାପନ କରିଥିଲେ ବି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଚରମ ବିଫଳତା ଯୋଗୁଁ ଦଳ ୨୪୧ରେ ପହଞ୍ଚିପାରିନଥିଲା ।

Advertisment

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଓପନର ପ୍ରଥୁମ ନିଶଙ୍କା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ । ତେବେ କୁଶଲ ମେଣ୍ଡିସ ଓ ଅଭିଷ୍କା ଫର୍ନାଣ୍ଡୋ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ମେଣ୍ଡିସ ୩୦ ଓ ଫର୍ନାଣ୍ଡୋ ୪୦ ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟରମାନେ ବଡ଼ ଯୋଗଦାନ ଦେଇପାରିନଥିଲେ ବି ଦୁନିଥ ଓ୍ବାଲାଲାଙ୍ଗେ ୩୯ ରନ ଓ କାମିଣ୍ଡୁ ମେଣ୍ଡିସ  ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ  ରନ କରିପାରିଥିଲା । ଭାରତ ପକ୍ଷରୁ ଓ୍ବାସିଂଟନ ସୁନ୍ଦର ୩ଟି ଓ କୁଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ ।