ଭାରତ-ଶ୍ରୀଲଙ୍କା ସିରିଜ୍ ପାଇଁ ସମୟ ନିଘଣ୍ଟ ଘୋଷିତ, ଅପରାହ୍ଣ ୩ରୁ ଆରମ୍ଭ ହେବ ଦିନିକିଆ ମ୍ୟାଚ

କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା କ୍ରିକେଟ ସିରିଜର ପରିବର୍ତ୍ତିତ ସମୟ ନିଘଣ୍ଟ ଘୋଷଣା କରିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ । ପରିବର୍ତ୍ତିତ ସମୟ ନିଘଣ୍ଟ ଅନୁସାରେ ଦିନିକିଆ ମ୍ୟାଚଗୁଡ଼ିକ ଅପରାହ୍ଣ ୨ ଟା ୩୦ ବଦଳରେ ୩ଟା ରେ ଆରମ୍ଭ ହେବ । ସେହିପରି ଟି-୨୦ ମ୍ୟାଚଗୁଡ଼ିକ ସଂଧ୍ୟା ୭ଟା ବଦଳରେ ୮ଟା ରେ ଆରମ୍ଭ ହେବ ।

ଦୁଇଦିନ ତଳେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଘୋଷଣା କରିଥିଲା ଯେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ସିରିଜ୍ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ । ପୂର୍ବରୁ ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟସୂଚୀ ଅନୁସାରେ ଏହି ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେବାର ଥିଲା ।

ଶ୍ରୀଲଙ୍କା ଦଳର କେତେକ ସଦସ୍ୟ କରୋନା ସଂକ୍ରମିତ ହେବା ପରେ ଦୁଇ ଦେଶର କ୍ରିକେଟ ବୋର୍ଡର ସହମତିକ୍ରମେ ଏହାକୁ ୫ ଦିନ ଘୁଞ୍ଚାଇ ଦିଆଯାଇଥିଲା । ନୂଆ କାର୍ଯ୍ୟସୂଚୀ ଅନୁସାରେ ଦୁଇଦେଶ ମଧ୍ୟରେ ଖେଳାଯିବାକୁ ଥିବା ୩ଟି ଏକ ଦିନିକିଆ ମ୍ୟାଚ ଓ ୩ଟି ଟି-୨୦ ମ୍ୟାଚ୍ ଜୁଲାଇ ୧୮ରୁ ଆରମ୍ଭ ହୋଇ ଜୁଲାଇ ୨୯ରେ ଶେଷ ହେବ ।

ସମ୍ବନ୍ଧିତ ଖବର