ମନ୍ଥରତମ ପାୱାର ପ୍ଲେ-୧

ଚଳିତ ବିଶ୍ବକପ୍‌ର ମନ୍ଥରତମ ପାୱାର ପ୍ଲେ-୧ ସ୍କୋର୍ ଏବେ ନ୍ୟୁଜିଲାଣ୍ଡ୍ ନାମକୁ ଚାଲିଯାଇଛି। ମଙ୍ଗଳବାର ଭାରତ ବିପକ୍ଷରେ ଏହି ୨୦୧୫ ଉପ ବିଜେତା ଦଳ ପ୍ରଥମ ୧୦ ଓଭର ସୁଦ୍ଧା କରିଥିଲା ୨୭/୧। ଏଥି ସହିତ ଭାରତ ନାମରେ ଥିବା ଆଲୋଡ଼ା ପିପି-୧ ସ୍କୋର୍‌ ୨୮/୧ (ବନାମ ଇଂଲଣ୍ଡ, ବର୍ମିଂହାମ) କଟିଯାଇଥିଲା। ଚଳିତ ବିଶ୍ବକପ୍‌ର ଅନ୍ୟତମ ମନ୍ଥରତମ ପାୱାର ପ୍ଲେ-୧ ସ୍କୋର୍ ଗୁଡ଼ିକ ଥିଲା ଏମିତି-୨୯/୨ ୱେଷ୍ଟଇଣ୍ଡିଜ୍ (ବନାମ ଭାରତ, ମାଞ୍ଚେଷ୍ଟର), ୩୦/୨-ନ୍ୟୁଜିଲାଣ୍ଡ୍‌ (ବନାମ ୱେଷ୍ଟଇଣ୍ଡିଜ୍‌, ମାଞ୍ଚେଷ୍ଟର୍‌), ୩୧/୧-ନ୍ୟୁଜିଲାଣ୍ଡ୍‌ (ବନାମ ଅଷ୍ଟ୍ରେଲିଆ, ଲର୍ଡସ)। ମଙ୍ଗଳବାର ପ୍ରଥମ ୭ ଓଭରରୁ ୧୦/୧ ସ୍ଥିତିରେ ଥିବା ନ୍ୟୁଜିଲାଣ୍ଡ୍ କିନ୍ତୁ ପରବର୍ତୀ ୭ ଓଭରରୁ ୪୨/୦ ଯୋଡ଼ି ଆଗକୁ ବଢ଼ିଥିଲା।

ସମ୍ବନ୍ଧିତ ଖବର