ମ୍ୟାଚ୍‌ ଦେଖିଲେ ବସ୍ତିପିଲା, ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌

କଟକ: ଜବାହରଲାଲ୍‌ ନେହେରୁ ଇଣ୍ତୋର ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ପ୍ରତିଯୋଗିତାରେ ଯଦିଓ ଦର୍ଶକଙ୍କ ସ˚ଖ୍ୟା ଆଖିଦୃଶିଆ ନୁହେଁ, ତଥାପି କିଛି ନିର୍ଦ୍ଧିଷ୍ଟ ଶ୍ରେଣୀର ଦର୍ଶକ ଏବେ ଗ୍ୟାଲେରୀର ମୁଖ୍ୟ ଆକର୍ଷଣ ପାଲଟିଗଲେଣି। ପ୍ରଥମ ଦିନ ଓ ଶୁକ୍ରବାର ସ୍କୁଲ୍‌ ଛାତ୍ରଛାତ୍ରୀମାନେ ଏଠାରେ ଆସି ଭାରତୀୟ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲା ବେଳେ ଶନିବାର କଟକର କିଛି ବସ୍ତିପିଲା ଏଭଳି ଏକ ଆନ୍ତର୍ଜାତିକ ପ୍ରତିଯୋଗିତାକୁ ଉପଭୋଗ କରିବାର ସୁଯୋଗ ପାଇଛନ୍ତି। ସ୍ବେଚ୍ଛାସେବୀ ସ˚ସ୍ଥା ‘ହମାରା ବଚପନ୍‌’ ପକ୍ଷରୁ ଏହି ସୁଯୋଗ ସୃଷ୍ଟି କରାଯାଇଛି। ଏହି ସ˚ସ୍ଥା ଅଧିନରେ ପାଖାପାଖି ୩୦ ଜଣ ବସ୍ତିପିଲାଙ୍କୁ ଇଣ୍ତୋର ଷ୍ଟାଡିୟମ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧିକା˚ଶ ତୁଳସୀପୁର ଓ କୃଷକବଜାର ଅଞ୍ଚଳର ବୋଲି ସୂଚନା ଦିଆଯାଇଛି। ପୂର୍ବରୁ ସ˚ସ୍ଥା ପକ୍ଷରୁ ବସ୍ତି ପିଲାମାନଙ୍କୁ ବିଭିନ୍ନ ସ˚ଗ୍ରହାଳୟକୁ ଏକ୍ସପୋଜର ଟୁର‌୍‌ରେ ନିଆଯାଇଥିଲା। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ଭାରତୀୟ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫୁଟବଲ୍‌ ଆୟୋଜନ ସମୟରେ ଏହି ସ˚ସ୍ଥା କିଛି ବସ୍ତି ପିଲାଙ୍କୁ ମ୍ୟାଚ୍‌ ଦେଖିବାର ସୁଯୋଗ ଦେଇଥିଲା। କ୍ରୀଡ଼ା କ୍ଷେତ୍ରରେ ଏକ୍ସପୋଜର ଟୁର‌୍‌ ନେବାରେ ଏହା ହେଉଛି ସ˚ସ୍ଥାର ଦ୍ବିତୀୟ ଘଟଣା। ମ୍ୟାଚ୍‌ ଦେଖାଇବା ସହ ପିଲାମାନଙ୍କୁ ଉକ୍ତ ଖେଳ ବିଷୟରେ ସମ୍ୟକ୍‌ ଜ୍ଞାନ ମଧ୍ୟ ଦିଆଯାଉଥିବା ସ˚ସ୍ଥାର ଓଡ଼ିଶା ଶାଖା ସ˚ଯୋଜକ ଗୀତା ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର