ଗତ ବର୍ଷ ଆଇପିଏଲ୍ ନିଲାମରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସଙ୍କୁ କୋଲକାତା ନାଇଟ୍ ରାଇଡର୍ସ ସର୍ବୋଚ୍ଚ ରାଶି ୧୫.୫ କୋଟିରେ କିଣିଥିଲା। ଅନେକ ଏହାକୁ ଅବିଶ୍ବାସ କରିଥିଲେ ଏବଂ ଫ୍ରାଞ୍ଚାଇଜ୍ ଏହି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ଅଧିକ ମୂଲ୍ୟରେ କିଣିଲା ବୋଲି ମତ ଦେଉଥିଲେ। କମିନ୍ସ କିନ୍ତୁ ନିଜ ମୂଲ୍ୟକୁ ବୁଧବାର ରାତିରେ ଯଥାର୍ଥ ସାବ୍ୟସ୍ତ କରିଥିଲେ। ବିଶ୍ବର ଏକ ନମ୍ବର ଟେଷ୍ଟ୍ ବ୍ୟାଟସମ୍ୟାନ୍ ରାଜସ୍ଥାନ ରୟାଲ୍ସ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ଙ୍କ ବିପକ୍ଷରେ ବୁଧବାର ଏହି ବିଶ୍ବର ଏକ ନମ୍ବର ଟେଷ୍ଟ୍ ବୋଲର ଚମତ୍କାର ବୋଲିଂ କରିଥିଲେ। କମିନ୍ସଙ୍କ ୫ଟି ବଲ୍ ଖେଳିବାକୁ ସ୍ମିଥ୍ ସଂଘର୍ଷ କରିଥିଲେ। ପ୍ରଥମ ଦୁଇ ବଲରୁ ସ୍ମିଥ୍ ରନ୍ ପାଇନଥିଲେ। ପରବର୍ତୀ ବଲ୍ଟି ଠିକଣା ଭାବେ ପଡ଼ି ତାଙ୍କ ବ୍ୟାଟ୍ ସ୍ପର୍ଶରୁ ଅଳ୍ପକେ ବର୍ତ୍ତିଯାଇଥିଲା। କେକେଆର୍ ଏଲବିଡବୁଲ୍ୟ ଆବେଦନ ମଧ୍ୟ କରିଥିଲା। ଚୁତୁର୍ଥ ବଲ୍ଟି ଅନେକ ଉଚ୍ଚକୁ ଉଠିଯାଇଥିଲେ ମଧ୍ୟ କ୍ଷେତ୍ରରକ୍ଷକ ବିହୀନ ଅଞ୍ଚଳରେ ପଡିଥିଲା। ପରବର୍ତୀ ବଲ୍ଟିରେ କିନ୍ତୁ ସ୍ମିଥ୍ଙ୍କ ଭାଗ୍ୟ ଖରାପ ରହିଥିଲା। ବଲ୍ଟି ୱିକେଟରକ୍ଷକ ଦୀନେଶ କାର୍ତିକଙ୍କ ଗ୍ଲୋଭସରେ ଧରାପଡ଼ିଥିଲା। ସ୍ମିଥ୍-କମିନ୍ସଙ୍କ ଏହି ରୋଚକ ଲଢ଼େଇ ପରେ ପୂର୍ବତନ ଅଷ୍ଟ୍ରେଲୀୟ ସ୍ପିନର ବ୍ରାଡ୍ ହଗ୍ ନିଜ ୟୁଟ୍ୟୁବ୍ ଚାନେଲରେ ଏକ ମଜାଦାର କଥା କହିଥିଲେ। ମ୍ୟାଚ୍ର ଏହି ଦ୍ବିତୀୟ ଓଭର ହିଁ ପଶ୍ଚାତଧାବନକୁ ବଦଳାଇ ଦେଇଥିଲା। ଏକ ନମ୍ବର ଟେଷ୍ଟ୍ ବ୍ୟାଟସମ୍ୟାନ୍ ଓ ବୋଲରଙ୍କ ଲଢ଼େଇରେ କମିନ୍ସ ତାଙ୍କ ଆଇପିଏଲ୍ ମୂଲ୍ୟକୁ ଯଥାର୍ଥ ସାବ୍ୟସ୍ତ କରିଥିଲେ। କମିନ୍ସଙ୍କ ବୋଲିଂ ଏଭଳି ଥିଲା ଯେ ସ୍ମିଥ୍ ଜଣେ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍ ବିବେଚିତ ହେଉଥିଲେ। କମିନ୍ସଙ୍କ ଦ୍ରୁତ ଓ ସଠିକ ବୋଲିଂ ସମ୍ମୁଖରେ ସ୍ମିଥଙ୍କ ନିକଟରେ କିଛି ଉତ୍ତର ନଥିଲା।
ଚର୍ଚାରେ ସ୍ମିଥ୍-କମିନ୍ସ ମୁକାବିଲା
/sambad/media/post_attachments/wp-content/uploads/2020/10/gdjdgj798798798dgjgjdgjgdjgjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)