ସିଡ୍ନି ଟେଷ୍ଟ୍ର ପଞ୍ଚମ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଋଷବ ପନ୍ତଙ୍କ ପ୍ରତିଆକ୍ରମଣ ଓ ବିସ୍ଫୋରକ ବ୍ୟାଟିଂ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଏତେ ହତୋତ୍ସାହିତ କରି ଦେଇଥିଲା ଯେ ସେମାନେ ତାଙ୍କୁ ଆଉଟ୍ କରିବାକୁ ନାନା ଫନ୍ଦଫିକର କରିଥିଲେ। କେପ୍ଟାଉନ୍ ଟେଷ୍ଟ୍ରେ ବଲ୍କୁ ବିକୃତ କରି ବାସନ୍ଦ ହୋଇଥିବା କଙ୍ଗାରୁ ଦଳର ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ଙ୍କ କାରନାମା କିନ୍ତୁ କ୍ୟାମେରା ଫ୍ରେମ୍ରେ ଧରାପଡ଼ି ଯାଇଥିଲା। ମୃଦୁ ପାନୀୟ ବିରତି ବେଳେ ୨୩ ବର୍ଷୀୟ ପନ୍ତ ନେଉଥିବା ଷ୍ଟମ୍ପ ଗାର୍ଡ ଚିହ୍ନକୁ ଜୋତାରେ ଘଷି ଲିଭାଇବା ଭଳି ଛୋଟିଆ କାମ ସ୍ମିଥ୍ କରିଥିଲେ। କିଛି ସେକେଣ୍ଡ ପରେ ପନ୍ତ ବ୍ୟାଟିଂ କରିବାକୁ ଆସି ନିଜ ଗାର୍ଡ ଚିହ୍ନ ଖୋଜିବାକୁ ଲାଗିଥିଲେ। ହେଲେ ପାଇ ନଥିଲେ। ବାଧ୍ୟ ହୋଇ ଅମ୍ପାୟାରଙ୍କୁ ପୁନର୍ବାର ଗାର୍ଡ ମାଗିଥିଲେ। ଏସବୁ କଥା ଷ୍ଟମ୍ପ କ୍ୟାମେରା ଧରି ପକାଇଥିଲା। ଭିଡିଓରେ ସ୍ମିଥ୍ଙ୍କ ମୁହଁ ଦେଖା ଯାଉ ନଥିଲେ ମଧ୍ୟ ତାଙ୍କ ଜର୍ସି ନମ୍ବର ‘୪୯’ ସ୍ପଷ୍ଟ ଭାବେ ଦେଖା ଯାଉଥିଲା। ଏହି ଭିଡିଓ ପଦାକୁ ଆସିବା ପରେ କ୍ରିକେଟ୍ପ୍ରେମୀ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏଭଳି ଅଣଖେଳୁଆଡ଼ ମନୋଭାବ କେବଳ ତାଙ୍କଠାରୁ ହିଁ ଆଶା କରାଯାଇପାରେ ବୋଲି କହିଛନ୍ତି।
ପନ୍ତଙ୍କ ଚିହ୍ନ ଲିଭାଇ ସ୍ମିଥ୍ ନିନ୍ଦିତ
/sambad/media/post_attachments/wp-content/uploads/2018/03/12-Smith.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)