ରାଜସ୍ଥାନ ରୟାଲ୍ସରେ ଯୋଗଦେଲେ ସ୍ମିଥ୍‌

ଜୟପୁର: ବଲ୍ ବିକୃତ ବିବାଦ ପାଇଁ ଗୋଟିଏ ବର୍ଷର ନିଲମ୍ବନ ଦଣ୍ଡ ଭୋଗିବା ପରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ରବିବାର ଜୟପୁର ପହଞ୍ଚି ରାଜସ୍ଥାନ ରୟାଲ୍ସରେ ଯୋଗଦେଇଛନ୍ତିି। ବାସନ୍ଦାଦେଶ ଭୋଗିଥିବା ଅନ୍ୟତମ ଅଷ୍ଟ୍ରେଲୀୟ ଡେଭିଡ୍‌ ୱାର୍ନର ମଧ୍ୟ ଖୁବ୍‌ଶୀଘ୍ର ଆଇପିଏଲ୍‌ ପାଇଁ ଭାରତ ଆସିବାର ସମ୍ଭାବନା ରହିଛି। ଉଭୟ ସ୍ମିଥ୍‌ ଓ ୱାର୍ନର ଏହା ପୂର୍ବରୁ ୟୁଏଇରେ ଆୟୋଜିତ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ଶିବିରରେ ସାମିଲ ହୋଇଥିଲେ। ଏହି ଦୁଇ ତାରକା ଦୁବାଇରେ ଆୟୋଜିତ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଶୃଙ୍ଖଳା ଲାଗି ଅଷ୍ଟ୍ରେଲିଆ ଦଳରେ ନଥିଲେ ମଧ୍ୟ ଦୀର୍ଘ ବ୍ୟବଧାନ ପରେ ସାଥୀ ଖେଳାଳିଙ୍କ ସହ ଅଭ୍ୟାସ କରିବାର ସୁଯୋଗ ପାଇଥିଲେ। ଏହି ୫ ମ୍ୟାଚ୍‌ ଦିନିକିଆ ଶୃଙ୍ଖଳା ୨୨ ତାରିଖରୁ ସାରଜାରେ ଆରମ୍ଭ ହେବ। ଆଗାମୀ ବିଶ୍ବକପ୍‌ ଏବଂ ଇଂଲଣ୍ଡ ଗସ୍ତର ଆସେସ୍‌କୁ ଦୃଷ୍ଟିରେ ରଖି ଏହି ଦୁଇ ପ୍ରମୁଖ ବ୍ୟାଟସମ୍ୟାନଙ୍କୁ ଦଳୀୟ ପରିବେଶରେ ସମ୍ପୃକ୍ତ କରାଯାଇଥିଲା। ଉଭୟଙ୍କ ବିନା ଅଷ୍ଟ୍ରେଲିଆ ବିଗତ ଗୋଟିଏ ବର୍ଷ ହେବ ସଂଘର୍ଷ କରୁଥିଲା।

ସମ୍ବନ୍ଧିତ ଖବର