ମୁମ୍ବାଇ : ତାରକା ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଦଳ ସହ ଯୋଗ ଦେଇଛନ୍ତି। ସେ ବାଧ୍ୟତାମୁଳକ ୭ ଦିନିଆ ସଂଗରୋଧରେ ରହିବେ। ରାଜସ୍ଥାନ ରୟାଲ୍ସ ଛାଡ଼ି ଦେଇଥିବା ଏହି ୩୧ ବର୍ଷ ବୟସ୍କ ତାରକାଙ୍କୁ ଏଥର ଖେଳାଳି ନିଲାମରେ ଦିଲ୍ଲୀ ୨.୨ କୋଟି ଟଙ୍କାରେ କିଣି ନେଇଥିଲା। ଶନିବାର ଭାରତ ପହଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରସ୍ତୁତି ଶିବିର ଆରମ୍ଭ କରିସାରିଛି। ଫଳରେ ସ୍ମିଥ୍ ଓ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାର୍କସ ଷ୍ଟୋଇନିସ୍ ଅଭ୍ୟାସ ଆରମ୍ଭ କରିବା ପାଇଁ ଗୋଟିଏ ସପ୍ତାହ ଅପେକ୍ଷା କରିବେ। ଆଇପିଏଲ୍ ଚତୁର୍ଦ୍ଦଶ ସଂସ୍କରଣରେ ଦିଲ୍ଲୀ ତା’ର ପ୍ରଥମ ମ୍ୟାଚ୍ ଆସନ୍ତା ୧୦ ତାରିଖ ଦିନ ଚେନ୍ନାଇ ସୁପର କିଙ୍ଗ୍ସ ସହ ଖେଳି ଅଭିଯାନ ଆରମ୍ଭ କରିବ। ୨୦୧୯ରେ ପ୍ରଥମ କରି ରାଜସ୍ଥାନ ରୟାଲ୍ସ ଦଳରେ ସାମିଲ ହୋଇଥିବା ସ୍ମିଥ୍ ୨୦୨୦ରେ ଅଧିନାୟକ ରହିଥିଲେ। ହେଲେ ୟୁଏଇରେ ଖେଳାଯାଇଥିବା ସେହି ସଂସ୍କରଣରେ ରାଜସ୍ଥାନ ଶେଷ ସ୍ଥାନରେ ରହିଥିଲା। ଏବେ ଦିଲ୍ଲୀ ଦଳରେ ସ୍ମିଥ୍ ତାଙ୍କ ୨୦୧୧ ବିଶ୍ବକପ୍ ଦଳର ଅଧିନାୟକ ରିକି ପଣ୍ଟିଂଙ୍କ ସହ ଏକାଠି ହୋଇଛନ୍ତି। ସ୍ମିଥ୍ ମଧ୍ୟ ଏଥର ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ଭାରତୀୟ ଯୁବ ୱିକେଟ୍ରକ୍ଷକ ଋଷଭ ପନ୍ତ୍ଙ୍କ ନେତୃତ୍ବରେ ଦିଲ୍ଲୀ ଦଳ ପାଇଁ ଖେଳିବେ।
ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗଦେଲେ ସ୍ମିଥ୍
/sambad/media/post_attachments/wp-content/uploads/2021/04/smith.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)