ଆଇପିଏଲ୍‌: ସ୍ମିଥ୍‌ ରାଜସ୍ଥାନ ଅଧିନାୟକ, ଗେଲ୍‌ଙ୍କୁ ରଖିଲା ପଞ୍ଜାବ

ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ୍ ମାନ୍ୟତାର ଶୀର୍ଷ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ରାଜସ୍ଥାନ ରୟାଲ୍ସ ଅଧିନାୟକ ଭାବେ ନିଯୁକ୍ତ କରିଛି। ନୂଆ ପ୍ରଶିକ୍ଷକ ଆଣ୍ଡ୍ର୍ୟୁ ମ୍ୟାକ୍‌ଡୋନାଲ୍ଡଙ୍କ ତତ୍ବାବଧାନରେ ଏହି ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଦଳର ନେତୃତ୍ବ ନେବେ। ତ୍ରୟୋଦଶ ଆଇପିଏଲ୍‌ ସଂସ୍କରଣ ଲାଗି ରାଜସ୍ଥାନ ଦଳ ୧୧ ଖେଳାଳିଙ୍କୁ ରଖିଥିଲା ବେଳେ ୧୧ଙ୍କୁ ଛାଡ଼ିଛି। ଏଥିସହ ଦିଲ୍ଲୀ କ୍ୟାପିଟାଲ୍ସକୁ ଆଜିଙ୍କ୍ୟ ରାହାଣେଙ୍କୁ ଦେଇ ସ୍ପିନର ମୟଙ୍କ ମା‌ର୍କଣ୍ଡେ ଏବଂ ଅଲ୍‌ରାଉଣ୍ଡର ରାହୁଲ ତିୱାତିଆକୁ ରାଜସ୍ଥାନ ଦଳ ଆଣିଛି।

ଅନ୍ୟ ଦଳଗୁଡ଼ିକ ଛାଡ଼ିଥିବା ପ୍ରମୁଖ ଖେଳାଳି ତାଲିକାରେ ରହିଛନ୍ତି ରବିନ ଉଥପ୍ପା ଓ କ୍ରିସ୍‌ ଲିନ୍‌ (କେକେଆର୍‌), ଡେଲ୍‌ ଷ୍ଟେନ୍‌, ଟିମ୍‌ ସାଉଦି ଓ କଲିନ ଡି’ଗ୍ରାଣ୍ଢୋ‌େମ (ଆର୍‌ସିବି), ମାର୍ଟିନ୍‌ ଗପ୍ଟିଲ ଓ ୟୁସୁଫ ପଠାନ (ହାଇଦ୍ରାବାଦ), ମୋହିତ ଶର୍ମା ଓ ସାମ ବିଲିଙ୍ଗ୍ସ (ସିଏସ୍‌କେ), ଯୁବରାଜ ସିଂହ, ଏଭିନ ଲୁଇସ ଓ ବେନ୍‌ କଟିଙ୍ଗ (ମୁମ୍ବାଇ), ଡେଭିଡ ମିଲର, ଆଣ୍ଡ୍ୟୁ ଟାଇ ଓ ସାମ କରନ୍‌ (ପଞ୍ଜାବ), କ୍ରିସ ମୋରିସ, କଲିନ ଇନ୍‌ଗ୍ରାମ ଓ ହନୁମା ବିହାରୀ (ଦିଲ୍ଲୀ)। ଦଳଗୁଡ଼ିକ ନିଜ ପାଖରେ ରଖିଥିବା ପ୍ରମୁଖ ଖେଳାଳିମାନେ ହେଲେ କ୍ରିସ୍‌ ଗେଲ୍‌, ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ (ପଞ୍ଜାବ), ଶ୍ରେୟସ ଆୟର, ଶିଖର ଧାୱନ, ରବିଚନ୍ଦ୍ରନ୍‌ ଅଶ୍ବିନ, ଅଜିଙ୍କ୍ୟ ରାହାଣେ, ଈଶାନ୍ତ ଶର୍ମା, ଋଷବ ପନ୍ତ (ଦିଲ୍ଲୀ), ଦୀନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, ସୁନିଲ ନରିନ, କୁଲଦୀପ ଯାଦବ (କେକେଆର୍‌), ରୋହିତ ଶର୍ମା, ହାର୍ଦିକ ପାଣ୍ଡ୍ୟା, କିରନ ପୋଲାର୍ଡ, ଯଶପ୍ରୀତ ବୁମ୍‌ରା, ଲସିତ ମାଲିଙ୍ଗା, ଟ୍ରେଣ୍ଟ୍‌ ବୋଲ୍ଟ (ମୁମ୍ବାଇ), ମହେନ୍ଦ୍ର ସିଂହ ଧୋନି, ସୁରେଶ ରାଇନା, ଫାଫ୍‌ ଡୁ’ପ୍ଲେସିସ, ରବୀନ୍ଦ୍ର ଜାଦେଜା, ସେନ୍‌ ୱାଟ୍‌ସନ (ସିଏସ୍‌କେ), କେନ୍‌ ୱିଲିୟମସନ୍‌, ଡେଭିଡ ୱାର୍ନର, ବିଜୟ ଶଙ୍କର, ରିଦ୍ଧିମାନ ସାହା (ହାଇଦ୍ରାବାଦ), ବିରାଟ କୋହଲି, ମୋଇନ ଅଲ୍ଲୀ, ୟୁଜବେନ୍ଦର ଚହଲ, ଏବି ଡି’ଭିଲିୟର୍ସ, ଉମେଶ ଯାଦବ (ଆର୍‌ସିବି), ଷ୍ଟିଭ୍‌ ସ୍ମିଥ୍‌, ଜୋଫ୍ରା ଅର୍ଚର, ବେନ୍‌ ଷ୍ଟୋକ୍ସ, ସଂଜୁ ସାମସନ (ରାଜସ୍ଥାନ)।

ସମ୍ବନ୍ଧିତ ଖବର