ମୁମ୍ବାଇ: ମଇ ୨୩ ତାରିଖରୁ ପୁଣେରେ ଖେଳାଯିବାକୁ ଥିବା ମହିଳା ଟ୍ବେଣ୍ଟି-୨୦ ଚାଲେଞ୍ଜ୍ ପାଇଁ ବିସିସିଆଇ ଏହାର ୩ ଦଳ ଘୋଷଣା କରିଛି। ପ୍ରତି ଦଳରେ ୧୬ ଖେଳାଳି ସ୍ଥାନ ପାଇଥିବା ବେଳେ ହର୍ମନପ୍ରୀତ୍ କୌର୍ ସୁପରନୋଭାସର, ସ୍ମୃତି ମନ୍ଧାନା ଟ୍ରେଲ୍ବ୍ଲେଜର୍ସ ଏବଂ ଦୀପ୍ତି ଶର୍ମା ଭେଲୋସିଟି ଦଳର ନେତୃତ୍ବ ନେବେ। ଭାରତୀୟ ଦଳର ଭେଟେରାନ୍ ଖେଳାଳି ମିତାଲି ରାଜ, ଝୁଲଣ ଗୋସ୍ବାମୀ, ଶିଖା ପାଣ୍ଡେ ଗତ ସଂସ୍କରଣ ଦଳରୁ ସ୍ଥାନ ପାଇନାହାନ୍ତି। ମୋଟ ୧୨ ଜଣ ବିଦେଶୀ ଖେଳାଳି ଘୋଷିତ ୩ ଦଳରେ ସାମିଲ ରହିଛନ୍ତି। ୨୦୨୦ରେ ଅନୁଷ୍ଠିତ ଶେଷ ସଂସ୍କରଣରେ ଟ୍ରେଲବ୍ଲେଜର୍ସ ବିଜେତା ହୋଇଥିଲା। ସୂଚନାଯୋଗ୍ୟ, ମହିଳା ଟ୍ବେଣ୍ଟି-୨୦ ଚାଲେଞ୍ଜ୍ର ଏହା ଶେଷ ସଂସ୍କରଣ ହୋଇପାରେ। ଆସନ୍ତା ଋତୁରୁ ପୂର୍ଣ୍ଣକାଳୀନ ମହିଳା ଆଇପିଏଲ୍ ଖେଳାଯିବାର ଯୋଜନା କରିଛି ବିସିସିଆଇ।
ସୁପରନୋଭାସ୍ ଦଳ: ହର୍ମନପ୍ରୀତ୍ କୌର୍ (ଅଧିନାୟିକା), ତାନିଆ ଭାଟିଆ, ଅଲଣା କିଙ୍ଗ୍, ଆୟୁଷ ସୋନି, ଭି ଚାନ୍ଦୁ, ଦିନ୍ଦ୍ରା ଡଟିନ୍, ହର୍ଲିନ୍ ଦେଓଲ, ମେଘନା ସିଂହ, ମୋନିକା ପଟେଲ୍, ମୁସକାନ୍ ମଲିକ, ପୂଜା ବସ୍ତ୍ରାକାର, ପ୍ରିୟା ପୁନିଆ, ରାଶି କାନୋଜିଆ, ସୋଫି ଏସେଲ୍ଷ୍ଟୋନ୍, ସୁନ୍ ଲୁସ୍, ମାନସୀ ଯୋଶୀ।
ଟ୍ରେଲ୍ବ୍ଲେଜର୍ସ ଦଳ: ସ୍ମୃତି ମନ୍ଧାନା (ଅଧିନାୟିକା), ପୁନମ ଯାଦବ, ଅରୁନ୍ଧତୀ ରେଡ୍ଡୀ, ହାଲେ ମାଥ୍ୟୁସ, ଜେମିମା ରଡ୍ରିଗ୍ବେଜ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ରାଜେଶ୍ବରୀ ଗାଏକ୍ବାଡ, ରେଣୁକା ସିଂହ, ରିଚା ଘୋଷ, ଏସ୍ ମେଘନା, ସାଇକା ଇସାକ୍, ସଲମା ଖାତୁନ, ସର୍ମିନ ଅଖତର, ସୋଫିଆ ବ୍ରାଉନ୍, ସୁଜାତା ମଲ୍ଲିକ, ଏସ୍ବି ପୋଖରକର।
ଭୋଲୋସିଟି ଦଳ: ଦୀପ୍ତି ଶର୍ମା (ଅଧିନାୟିକା), ସ୍ନେହ ରାଣା, ସେଫାଳି ବର୍ମା, ଆୟୋବୋଙ୍ଗା ଖାକା, କେପି ନଭଗିରେ, କାଥରିନ୍ କ୍ରସ୍, କୀର୍ତି ଜେମ୍ସ, ଲୌରା ୱଲଭାର୍ଟ, ମାୟା ସୋନାୱାନେ, ନଟକାନ୍ ଚନ୍ଥମ, ରାଧା ଯାଦବ, ଆରତୀ କେଦାର, ଶିବାଳୀ ସିନ୍ଧେ, ସିମ୍ରନ ବାହାଦୂର, ବାସ୍ତିକା ଭାଟିଆ, ପ୍ରଣବୀ ଚନ୍ଦ୍ରା।