ନୂଆଦିଲ୍ଲୀ: ବ୍ରେସବେନ ଇଣ୍ଟରନାସନାଲ ଟୁର୍ଣ୍ଣାମେଣ୍ଟର କ୍ବାଲିଫାଇଙ୍ଗ ମ୍ୟାଚ ସମୟରେ ଟେନିସ କୋର୍ଟରେ ସାପ ପଶିଯିବା ଘଟଣା ସାମ୍ନାକୁ ଆସିଛି।
ଡୋମିନିକ ଥିଏମ ଓ ଜେମ୍ସ ମେକକାବେଙ୍କ ମଧ୍ୟରେ ଖେଳ ଚାଲିଥିବା ବେଳେ ପାଖାପାଖି ୫୦ ସେଣ୍ଟିମିଟରର ଏକ ବିଷଧର ସାପ ଟେନିସ କୋର୍ଟ ଭିତରକୁ ପଶି ଆସିଥିଲା।
ସାପକୁ ଦେଖି ସୁରକ୍ଷାକର୍ମୀମାନେ ସଙ୍ଗେସଙ୍ଗେ ତାହାକୁ କାବୁ କରିବାକୁ ଚଷ୍ଟା କରିଥିଲେ। କିଛି ସମୟର ପରିଶ୍ରମ ପରେ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଯେଉଁ କାରଣରୁ ଖେଳକୁ ୪୦ମିନିଟ ପର୍ଯ୍ୟନ୍ତ ଅଟକାଇବାକୁ ପଡ଼ିଥିଲା। ପୁଣି ପରିସ୍ଥିତି ସ୍ଭାଭାବିକ ହେବାପରେ ଖେଳକୁ ଆରମ୍ଭ କରାଯାଇଥିଲା।
ଏହି ଘଟଣାକୁ ନେଇ ଟେନିସ ଖେଳାଳି କହିଛନ୍ତି, ‘ମୁଁ ପଶୁପକ୍ଷୀଙ୍କୁ ଖୁବ ଭଲପାଏ। ସେମାନଙ୍କୁ ଯିଏବି ଆଘାତ ପହଞ୍ଚାଇବାକୁ ଚେଷ୍ଟା କରନ୍ତି ମୁଁ ବାରଣ କରେ। ତେବେ ଖେଳ ଚାଲିଥିବା ବେଳେ ହଠାତ ବିଷଧର ସାପ ଯେଭଳି ପରିସ୍ଥିତିରେ ଟେନିସ ଗ୍ରାଉଣ୍ଡ ଭିତରକୁ ପ୍ରବେଶ କରିଥିଲା ତାହା ଅତ୍ୟନ୍ତ ଭୟାବହ ଥିଲା। ଯାହାକୁ ଦେଖି ଖେଳାଳିଙ୍କ ସମେତ ଦର୍ଶକ ଓ ଅନ୍ୟ କର୍ମଚାରୀମାନେ ବି ଭୟଭୀତ ହୋଇଯାଇଥିଲେ। ଇଷ୍ଟର୍ନ ବ୍ରାଉନ ସାପ ଅଷ୍ଟ୍ରେଲିଆର ବିଷଧର ସାପ ମଧ୍ୟରୁ ଗୋଟିଏ ରହିଛି। ମୋ ସହିତ ଘଟିଥିବା ଏହି ଘଟଣାକୁ ମୁଁ କେବେ ହେଲେ ଭୁଲି ପାରିବି ନାହିଁ।’