ପୂର୍ବାଞ୍ଚଳ ସ୍ନୁକର: ସୌଭାଗ୍ୟଙ୍କ କ୍ରମାଗତ ବିଜୟ

ଭୁବନେଶ୍ବର: ନୟାପଲ୍ଲୀସ୍ଥିତ ଭିଣ୍ଟେଜ୍‌ କ୍ଲବ୍‌ଠାରେ ଚାଲିଥିବା ଅଷ୍ଟମ ଏମ୍‌ଆଇଇଟି ଓପନ୍‌ ପୂର୍ବାଞ୍ଚଳ ସ୍ନୁକର ପ୍ରତିଯୋଗିତା‌େର ସୌଭାଗ୍ୟ ବେହେରା କ୍ରମାଗତ ବିଜୟ ହାସଲ କରିଛନ୍ତି। ପ୍ରଥମ ଦିବସରେ ଗୌରୀଶଙ୍କର ବିଶ୍ବାଳଙ୍କୁ ପରାସ୍ତ କରିଥିବା ସୌଭାାଗ୍ୟ ଗୁରୁବାର ଦ୍ବିତୀୟ ଦିବସରେ ସ୍ମୃତିରଞ୍ଜନ ବେହେରାଙ୍କୁ ୨-୦ରେ ହରାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉସ୍‌ମାନ୍‌ ଖାନ୍‌ ୨-୧ରେ ଗୌତମ ଦାସଙ୍କୁ, ସତ୍ୟଦୀପ ଦାସ ୨-୦ରେ ଦିବେଶ ଉପାଧ୍ୟାୟଙ୍କୁ, ହରିହର ଗୁରୁ ୨-୦ରେ ଅଜୟ ଆଚାର୍ଯ୍ୟଙ୍କୁ, ସୌମ୍ୟ ମହାନ୍ତି ୨-୦ରେ ସୌମ୍ୟ ଯୋଗାଣିଆଙ୍କୁ, ଗୋବିନ୍ଦ ଶର୍ମା ୨-୦ରେ ଅର୍ପିତ ଜେନାଙ୍କୁ, ଅମ୍ରିତ୍‌ ବଟୁ ୨-୧ରେ ଲକ୍ଷ ଅଙ୍କିତ୍‌ଙ୍କୁ, ସିଦ୍ଧାର୍ଥ ଜେନା ୨-୧ରେ ସୌମ୍ୟକାନ୍ତ ମହାପାତ୍ରଙ୍କୁ, ଇନ୍ଦ୍ରଜିତ୍‌ ଷଡ଼ଙ୍ଗୀ ୨-୦ରେ ଐଶ୍ବର୍ଯ୍ୟ ଅଗ୍ରୱାଲଙ୍କୁ, ହର୍ଷଲ ଟୌଙ୍କ୍‌ ୨-୦ରେ ଅଂଶୁମାନ ମିଶ୍ରଙ୍କୁ, ପରାଶ ରାଉତରାୟ ୨-୧ରେ ଆଦିତ୍ୟ ଦାସଙ୍କୁ, ସୁଦୀପ୍ତ ଦାଶ ୨-୦ରେ ଦେଶ୍‌ ଗୌରବଙ୍କୁ, ଡ. ରାକେଶ ରୋସନ ପ୍ରଧାନ ୨-୦ରେ ହର୍ଷଲ ଟୌଙ୍କ୍‌ଙ୍କୁ, ସମୀର ଅଲ୍ଲୀ ୨-୦ରେ ମାନସ ବେହୁରାଙ୍କୁ ଏବଂ ସନ୍ଦିପନୀ ମିଶ୍ର ୨-୧ରେ ରାକେଶ ବାରିକ୍‌ଙ୍କୁ ପରାସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର