ପାକିସ୍ତାନରେ ହିନ୍ଦୁ କ୍ରିକେଟରଙ୍କୁ ନିର୍ଯାତନା, ଖୁଲାସା କଲେ ପୂର୍ବତନ କ୍ରିକେଟର ସୋଏବ ଅଖତର

ନୂଆଦିଲ୍ଲୀ: ପାକିସ୍ତାନରେ ହିନ୍ଦୁ କ୍ରିକେଟରଙ୍କୁ ନିର୍ଯାତନା । ଏନେଇ ଖୁଲାସା କରିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର । ଅଖତର କହିଛନ୍ତି ଡାନିସ କାନେରିଆ ଯେତେବେଳେ ଜାତୀୟ ଟିମରେ ଖେଳୁଥିଲେ , ସେ ହିନ୍ଦୁ ହୋଇଥିବାରୁ ତାଙ୍କ ସହିତ ଭେଦଭାବ ଆଚରଣ କରାଯାଉଥିଲା । ଭାରତରେ ନାଗରିକତା ସଂଶୋଧନ ଆଇନକୁ ଦେଶରେ ମୁସଲମାନଙ୍କ ବିରୋଧରେ କହି ବିକ୍ଷୋଭ ଚାଲିଥିବା ବେଳେ ଏବେ ଅଖତର ଆଣିଛନ୍ତି ପାକିସ୍ତାନରେ ହିନ୍ଦୁ କ୍ରିକେଟରଙ୍କ ସହିତ ଭେଦଭାବର ପ୍ରସଙ୍ଗ । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି । ୨୦୦୦ ମସିହାରେ ପାକିସ୍ତାନ ପକ୍ଷରୁ ଡେବ୍ୟୁ କରିଥିବା ଡାନିସ୍ କାନେରିଆ ଜଣେ ସ୍ପିନର ଭାବରେ ଟେଷ୍ଟ ଟିମରେ ସ୍ଥାନ ପାଇଥିଲେ ।

Photo-Hindustantimes

କ୍ୟାରିୟରରେ ମାତ୍ର ୬୧ ଟି ମ୍ୟାଚ ଖେଳି ୨୬୧ ୱିକେଟ୍ ଦଖଲ କରିଛନ୍ତି । ଟେଷ୍ଟ କ୍ରିକେଟରେ ଅବଦୁଲ୍ କାଦିର ୨୩୬ ୱିକେଟ , ସାକଲିନ୍ ମୁସ୍ତାକ ୨୦୮, ମୁସ୍ତାକ ଅହମଦ ୧୮୫ଟି ୱିକେଟ ଦଖଲ କରିଛନ୍ତି । ପାକିସ୍ତାନର ଏହି ସମସ୍ତ ମହାନ ସ୍ପିନର କିନ୍ତୁ ୱିକେଟ ଦଖଲରେ ଡାନିସ କାନେରିଆଙ୍କ ଠାରୁ ବହୁ ପଛରେ ରହିଛନ୍ତି ।

ପାକିସ୍ତାନ ପକ୍ଷରୁ ୬୧ ଟେଷ୍ଟ ମ୍ୟାଚ ଖେଳିଥିବା ଏହି ହିନ୍ଦୁ ଖେଳାଳିଙ୍କୁ ଫିକ୍ସିଂ ଅଭିଯୋଗରେ ଛନ୍ଦି ଦିଆଯାଇଥିଲା । ଶେଷରେ ଜାତୀୟ ଦଳରୁ ତାଙ୍କୁ ବାହାର କରିଦିଆଯାଇଥିଲା । କରାଚୀରେ ଏକ ଗୁଜରାଟି ପରିବାରର ସନ୍ତାନ ହୋଇଥିବାରୁ ସେ ଜାତୀୟ ଦଳରେ ଭେଦଭାବର ଶିକାର ହୋଇଥିବା କଥା ଖୁଲାସା କରିଛନ୍ତି ସୋଏବ ଅଖତର । ସୂଚନା ଅନୁସାରେ ଡାନିସ କାନେରିଆଙ୍କ ପରେ ପାକିସ୍ତାନ ଟିମରେ ଆଉ କୌଣସି ହିନ୍ଦୁ ଖେଳାଳିଙ୍କୁ ସ୍ଥାନ ମିଳିନି ।

ସମ୍ବନ୍ଧିତ ଖବର