ସୋହିନୀଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର: ହରିଆନାର କର୍ନଲ୍‌ରେ ଉଦ୍‌ଯାପିତ ସର୍ବଭାରତୀୟ ଟେନିସ୍‌ ସଂଘ (ଆଇଟା) ଚାମ୍ପିଅନ୍‌ସିପ୍‌ରେ ଓଡ଼ିଆ ଝିଅ ସୋହିନୀ ଏସ୍‌ ମହାନ୍ତି ଦ୍ୱିମୁକୁଟ ଅର୍ଜନ କରିଛନ୍ତି। ୧୪ ବର୍ଷରୁ କମ୍‌ ବାଳିକା ବର୍ଗର ଉଭୟ ଏକକ ଏବଂ ଯୁଗଳ ବର୍ଗରେ ସୋହିନୀ ମୁକୁଟ ଜିତିଛନ୍ତି। ଏକକ ଫାଇନାଲ୍‌ରେ ସେ ଦ୍ୱିତୀୟମାନ୍ୟତାପ୍ରାପ୍ତ ଚଣ୍ଡୀଗଡ଼ର ମୈତ୍ରେୟୀ ଫୋଗଟଙ୍କୁ ୬-୨, ୭-୬ (୫)ରେ ପରାସ୍ତ କରିଥିଲେ। ପୂର୍ବରୁ ସେମିଫାଇନାଲରେ ସେ ଶୀର୍ଷମାନ୍ୟତାପ୍ରାପ୍ତ ହରିଆନାର ଆଞ୍ଜେଲିନା ସିଂହଙ୍କୁ ୬-୧, ୬-୧ରେ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ସେହିଭଳି ଯୁଗଳ ବର୍ଗରେ ଦିବ୍ୟା ଉଙ୍ଗ୍ରୀଶଙ୍କୁ ସାଥୀ କରି ଚଣ୍ଡୀଗଡ଼ ଯୋଡ଼ି ତମନ୍ନା ନରଓ୍ଵାଲ ଓ ମୈତ୍ରେୟୀ ଫୋଗଟଙ୍କୁ ୬-୪, ୨-୬, ୧୦-୮ରେ ହରାଇଥିଲେ। ୧୨ ବର୍ଷରୁ କମ୍‌ ବାଳିକା ଫାଇନାଲ୍‌ରେ ମୈତ୍ରେୟୀଙ୍କଠାରୁ କିନ୍ତୁ ୫-୭, ୪-୬ରେ ହାରି ଉପ ବିଜେତାରେ ସନ୍ତୁଷ୍ଟ ହୋଇଥିଲେ।

ସମ୍ବନ୍ଧିତ ଖବର