ସିଏସ୍‌-୭ ଟେନିସ ପ୍ରତିଯୋଗିତା, ସୋହିନୀଙ୍କୁ ଦ୍ବିମୁକୁଟ

ଭୁବନେଶ୍ବର: ଓଡ଼ିଆ ଝିଅ ସୋହିନୀ ସଞ୍ଜୟ ମହାନ୍ତି ହରିଆଣାର କର୍ନଲରେ ଆୟୋଜିତ ୧୬ ବର୍ଷରୁ କମ୍‌ ସିଏସ୍‌-୭ ଟେନିସ ପ୍ରତିଯୋଗିତାରେ ଦ୍ବିମୁକୁଟ କରାୟତ କରିଛନ୍ତି। ଏହି ପ୍ରତିଯୋଗିତାରେ ଲୟଲା ସ୍କୁଲ୍‌ର ସପ୍ତମ ଶ୍ରେଣୀ ଛାତ୍ରୀ ୧୨ ବର୍ଷୀୟା ସୋହିନୀ ‌ଉଭୟ ଏକକ ଓ ଯୁଗଳ ଟ୍ରଫି ହାସଲ କରିଥିଲେ। ଏକକ ଫାଇନାଲ୍‌ରେ ସୋହିନୀ ୬-୧, ୬-୩ ସେଟ୍‌ରେ ଚଣ୍ଡିଗଡ଼ର ସିଆ ମହାଜନଙ୍କୁ ପରାସ୍ତ କରିଥିଲେ। ସେହିଭଳି ଯୁଗଳରେ ଦିଲ୍ଲୀର ମାନସୀ ସିଂହଙ୍କୁ ସାଥୀ କରି ଖେଳୁଥିବା ସୋହିନୀ ୬-୨, ୬-୨ ସେଟ୍‌‌ରେ ଚଣ୍ଡିଗଡ଼-ତାମିଲନାଡ଼ୁ ଯୋଡ଼ି ସିଆ ଓ ଶୋକ୍ଷା ଗଡ଼ାମଙ୍କୁ ମାତ୍‌ ଦେଇଥିଲେ। ଫାରାନ୍‌ ଅଲ୍ଲୀ ତାଙ୍କ ପ୍ରଶିକ୍ଷକ ଅଛନ୍ତି।

ସମ୍ବନ୍ଧିତ ଖବର