ଭୁବନେଶ୍ବର : ଓଡ଼ିଶା ଟେନିସ୍ ଦୁନିଆ ପାଇଁ ଶୁକ୍ରବାର ବଡ଼ ଖବର ମିଳିଛି। ଅଣମାନ୍ୟତାପ୍ରାପ୍ତ ଓଡ଼ିଆ ଝିଅ ସୋହିନୀ ଏସ୍ ମହାନ୍ତି ନିଜ ଖେଳ ଜୀବନର ସବୁଠାରୁ ବଡ଼ ଟ୍ରଫି ଜିତି ନେଇଛନ୍ତି। ହରିଆଣାର ସୋନିପତଠାରେ ଆଇଟା ଏସୀୟ ଟେନିସ୍ ପ୍ରତିଯୋଗିତାର ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ସେ ବିଜୟିନୀ ହୋଇ ନିଜ ଗୌରବରେ ଆଉ ଏକ ଫର୍ଦ ଯୋଡ଼ିଛନ୍ତି। କିଟ୍ ଅନ୍ତର୍ଜାତୀୟ ସ୍କୁଲ୍ରେ ପଢ଼ୁଥିବା ସୋହିନୀ କ୍ବାର୍ଟର ଫାଇନାଲରେ ଭାରତର ଏକ ନମ୍ବର ରିୟା ସଚେଦେବାଙ୍କୁ ୬-୩, ୬-୨ରେ ପରାସ୍ତ କରିବା ପରେ ସେମିଫାଇନାଲରେ ଇଶ ମାହେଶ୍ବରୀଙ୍କୁ ୬-୧, ୬-୦ରେ ହରାଇ ଦେଇଥିଲେ। ଶୁକ୍ରବାର ଖେଳାଯାଇଥିବା ଫାଇନାଲରେ ସୋହିନୀ ମଧ୍ୟ ଆଉ ଏକ ସିଧାସଳଖ ସେଟ୍ ୬-୪, ୭-୫ରେ ଗୁଜରାଟର ପ୍ରିୟଙ୍କା ରାଣାଙ୍କୁ ହରାଇ ଦେଇଥିଲେ। ପୂର୍ବତନ ଖେଳାଳି ତଥା ବିଶିଷ୍ଟ ପ୍ରଶିକ୍ଷକ ସୟଦ ଫାରହାନ୍ ଅଲୀଙ୍କଠାରୁ ପ୍ରଶିକ୍ଷିତ ସୋହିନୀ ଗତ ସପ୍ତାହରେ ହାଇଦ୍ରାବାଦରେ ବାଳିକା ଯୁଗଳ ଟ୍ରଫି ଜିତିଥିଲେ। ନିଜ ବୟସ ବର୍ଗରେ ନିୟମିତ ଭାବେ ଜାତୀୟ ସର୍କିଟରେ ଭଲ ଖେଳି ଆସୁଥିବା ସୋହିନୀଙ୍କ ପାଇଁ ଏହା ପ୍ରଥମ ଏସୀୟ ମାନ୍ୟତା ଟ୍ରଫି।
ସୋହିନୀଙ୍କୁ ଏସୀୟ ଟ୍ରଫି
/sambad/media/post_attachments/wp-content/uploads/2021/09/3-Sohini.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)