‌ଆଇଟା ସିଏସ୍ : ସୋହିନୀଙ୍କୁ ଦ୍ବିମୁକୁଟ

ଭୁବନେଶ୍ବର : ଚାମୁଣ୍ଡା ଟେନିସ୍‌ ଏକାଡେମି ପକ୍ଷରୁ ହରିୟାଣାର କର୍ଣ୍ଣଲରେ ଅନୁଷ୍ଠିତ ସର୍ବଭାରତୀୟ ଟେନିସ୍ ସଂଘ (ଆଇଟା) ଚାମ୍ପିଅନସିପ୍‌ ସିରିଜ୍‌(ସି-୭)ରେ ଓଡ଼ିଆ ଝିଆ ସୋହିନୀ ଏସ୍‌ ମହାନ୍ତି ପୁଣି ଥରେ ଚମକ ଦେଖାଇଛନ୍ତି। ୧୪ ବର୍ଷରୁ କମ୍‌ ଉଭୟ ବାଳିକା ଏକକ ଏବଂ ବାଳିକା ଯୁଗଳ ବର୍ଗରେ ସୋହିନୀ ଟ୍ରଫି ଜିତି ନେଇଛନ୍ତି। ଏକକ ଫାଇନାଲରେ ଦିଲ୍ଲୀର ଦିବ୍ୟା ଉଙ୍ଗ୍ରିଶଙ୍କୁ ୬-୧, ୬-୩ରେ ପରାସ୍ତ କରିଥିଲେ। ସେହି ଦିବ୍ୟାଙ୍କୁ ସାଥୀ କରି ସୋହିନୀ ବାଳିକା ଯୁଗଳ ଫାଇନାଲରେ ହରିୟାଣା‌ ଯୋଡ଼ି ଭାବିକା ପ୍ରୋଚା ଓ ସେରୀ ଶର୍ମାଙ୍କୁ ୬-୧, ୬-୨ରେ ହରାଇ ଦେଇଥିଲେ। ଭୁବନେଶ୍ବରର ଏହି ସ୍କୁଲ ଛାତ୍ରୀ ଫରହାନ୍‌ ଅଲୀ ଟେନିସ୍‌ ଏକାଡେମିରେ ପ୍ରଶିକ୍ଷଣ ନେଉଛନ୍ତି। ସୂଚନାଯୋଗ୍ୟ, ସୋହିନୀ ମଧ୍ୟ ଫେବ୍ରୁଆର‌ି ଶେଷ ସପ୍ତାହରେ ସେହି କର୍ଣ୍ଣଲରେ ଅନୁଷ୍ଠିତ ଆଇଟା ସିଏସ୍‌ର ୧୬ ବର୍ଷରୁ କମ୍‌ ବର୍ଗରେ ଦ୍ବିମୁକୁଟ ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର