ନୂଆଦିଲ୍ଲୀ : ଆଇପିଏଲ୍ରେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ)ର ଦୟନୀୟ ପ୍ରଦର୍ଶନ ପାଇଁ ଏବେ ଏହାର ଖେଳାଳିମାନଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ପୂର୍ବତନ କ୍ରିକେଟର୍ ବୀରେନ୍ଦ୍ର ସେହବାଗ ସିଧାସଳଖ ବ୍ୟାଟ୍ସମ୍ୟାନଙ୍କୁ କଟାକ୍ଷ କରିବା ସହ ଫ୍ରାଞ୍ଚାଇଜିକୁ ଏକ ସରକାରୀ ଚାକିରି ଭାବି ନେଇଥିବା ସେ କହିଛନ୍ତି। ପ୍ରଦର୍ଶନ ଯାହା ହେଉନା କାହିଁକି ପାଉଣା ମିଳିବାରେ ସେମାନଙ୍କୁ କୌଣସି ଅସୁବିଧା ହେଉନଥିବା ସେହବାଗ କହିଛନ୍ତି।
ବୁଧବାର ଖେଳାଯାଇଥିବା ମ୍ୟାଚ୍ରେ ୧୬୮ ରନ୍କୁ ପିଛା କରି ସେନ୍ ଵାଟସନ ଚଳିତ ସ˚ସ୍କରଣରେ ତାଙ୍କର ଦ୍ବିତୀୟ ଅର୍ଧଶତକ ଅର୍ଜନ କରିଥିଲେ। ଏହାସତ୍ତ୍ବେ ସିଏସ୍କେ ୫ ଵିକେଟ୍ ବିନିମୟରେ ୧୫୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ଯାହାଫଳରେ ଦଳ ୬ ମ୍ୟାଚରୁ ୪ଟିରେ ପରାଜିତ ହୋଇଛି।
ଏଭଳି ଲକ୍ଷ୍ୟକୁ ହାସଲ କରିହୋଇଥା’ନ୍ତା। କିନ୍ତୁ କେଦାର ଯାଦବ ଯେଉଁଭଳି ଭାବେ ଡଟ୍ ବଲ୍ ଖେଳି ଚାଲିଲେ ଏବ˚ ଶେଷଭାଗରେ ରବୀନ୍ଦ୍ର ଜାଦେଜାଙ୍କଠୁ ଯାହା ଆଶା କରାଯାଉଥିଲା, ତାହା ଦେଖିବାକୁ ମିଳିନଥିବା ସେହବାଗ କହିଛନ୍ତି। ଵାଟସନ୍ ଓ ଅମ୍ବାତି ରାୟୁଡୁଙ୍କ ଵିକେଟ୍ ଯିବା ପରେ ପାଳିର ୧୧ରୁ ୧୪ ଓଭର ମଧ୍ୟରେ ମାତ୍ର ୧୪ ରନ୍ ଯୋଗ ହୋଇଥିଲା। ଏଭଳି ସ୍ଥିତିରେ ଡ୍ବେନ ବ୍ରାଭୋଙ୍କୁ ପଛକୁ ରଖାଯାଇ କେଦାର ଯାଦବଙ୍କୁ ଉପରେ ଖେଳିବାକୁ ପଠାଗଲା। ହେଲେ କେଦାର ୧୨ ବଲ୍ରୁ ମାତ୍ର ୭ ରନ୍ ସ˚ଗ୍ରହ କରିବାରୁ କେକେଆର୍ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା। ବ୍ୟାଟ୍ସମ୍ୟାନଙ୍କ ପାଇଁ ଦଳକୁ ପରାଜୟର ସାମ୍ନା କରାଯିବାରେ ଏହା ପ୍ରଥମ ଘଟଣା ନୁହେଁ। ଗତ ସପ୍ତାହରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଶୀର୍ଷ କ୍ରମ ବିଫଳ ହେବା ଯୋଗୁଁ ସିଏସ୍କେ ମାତ୍ର ୭ ରନ୍ରେ ହାରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/aa-Cover-2uvsj55hh7cthmgfsk9bgfjlm5-20181122123507.jpeg)