 ୧୯୮୮: ୧୪ ବର୍ଷ ବୟସରେ ହାରିସ୍‌ ସିଲ୍ଡ ପ୍ରତିଯୋଗିତାରେ ବିନୋଦ କାମ୍ବଲିଙ୍କ ସହ ମିଶି ୬୬୪ ରନ୍‌ର ଭାଗୀଦାରି କରି ବିଶ୍ବ କୀର୍ତ୍ତିମାନ କରିଥିଲେ। ଏହି ବର୍ଷ ଯେତେବେଳେ ୧୫ ବର୍ଷ ଛୁଇଁଥିଲା, ସେତେବେଳେ ମୁମ୍ବାଇ ପାଇଁ ରଣଜୀ ଟ୍ରଫିରେ ପ୍ରଥମ ଶ୍ରେଣୀ ପଦାର୍ପଣ କରିବା ସହ ଶତକ ଅର୍ଜନ କରିଥିଲେ।
 ୧୯୮୯: ୧୬ ବର୍ଷ ବୟସରେ ପାକିସ୍ତାନ ବିପକ୍ଷରେ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ ଏବଂ ଭାରତ ପାଇଁ ସବୁଠୁ କମ୍‌ ବୟସରେ କ୍ରିକେଟ୍‌ ଖେଳୁଥିବା ଖେଳାଳି ହୋଇଯାଇଥିଲେ।
୧୯୯୦: ୧୭ ବର୍ଷ ବୟସରେ ଇଂଲଣ୍ଡ ବିପକ୍ଷରେ ମାଞ୍ଚେଷ୍ଟରରେ ସେ ପ୍ରଥମ ଟେଷ୍ଟ ଶତକ ମାରିଥିଲେ।
୧୯୯୪: କଲମ୍ବୋରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ।
୧୯୯୬: ୨୩ ବର୍ଷ ବୟସରେ ସେ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ।
୧୯୯୮: ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୮୯୪ ଦିନିକିଆ ରନ୍‌ ସଂଗ୍ରହ କରିଥିଲେ, ଯାହକି ଏବେ ବି ଅତୁଟ ରହିଛି।
୨୦୦୧: ପ୍ରଥମ ଖେଳାଳି ଭାବେ ଦିନିକିଆରେ ୧୦ ହଜାର ରନ୍‌ ପୂରଣ କରିଥିଲେ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍‌ରେ ତାଙ୍କର ନାମରେ ଏକ ଗ୍ୟାଲେରି ନାମିତ କରାଯାଇଥିଲା।
 ୨୦୦୩: ଦକ୍ଷିଣ ଆଫ୍ରିକା ଦିନିକିଆ ବିଶ୍ବକପ୍‌ରେ ୧୧ ମ୍ୟାଚ୍‌ରୁ ୬୭୩ ରନ୍‌ ସଂଗ୍ରହ କରିଥିଲେ। ଗୋଟିଏ ବିଶ୍ବକପ୍‌ରେ ସଂଗୃହୀତ ରନ୍‌ ମଧ୍ୟରେ ଏହା ସର୍ବାଧିକ ରହିଛି।
୨୦୦୫: ୩୫ତମ ଶତକ ଅର୍ଜନ କରି ସୁନିଲ ଗାଭାସ୍କର (୩୪)ଙ୍କ ସର୍ବାଧିକ ଟେଷ୍ଟ ଶତକ କୀର୍ତ୍ତିମାନ ଭାଙ୍ଗିଥିଲେ। ଅବସର ନେବା ବେଳକୁ ତାଙ୍କ ନାମରେ ୫୧ ଶତକ ହୋଇଯାଇଥିଲା।
୨୦୦୮: ବ୍ରାଏନ୍‌ ଲାରାଙ୍କ ୧୧୯୫୩ ଟେଷ୍ଟ ରନ୍‌କୁ ସଚିନ୍‌ ଅତିକ୍ରମ କରିଥ‌ିଲେ। କ୍ୟାରିୟରରେ ସେ ମୋଟ ୧୫୯୨୧ ଟେଷ୍ଟ ରନ୍‌ କରିଛନ୍ତି।
୨୦୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ପ୍ରଥମ ବ୍ୟାଟର ଭାବେ ଦ୍ବିଶତକ ଅର୍ଜନ କରିଥିଲେ।
୨୦୧୨: ବାଂଲାଦେଶ ବିପକ୍ଷ ଦିନିକିଆ ଖେଳୁଥିବା ବେଳେ ଆନ୍ତର୍ଜାତିକ କ୍ରିକେଟ୍‌ରେ ୧୦୦ତମ ଶତକ ଅର୍ଜନ କରିଥିଲେ।
୨୦୧୩: ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ବିଦାୟୀ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏହା ତାଙ୍କର ୨୦୦ତମ ମ୍ୟାଚ୍‌ ଥିଲା।
୨୦୧୯: ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସେ ସ୍ଥାନ ପାଇଥିଲେ।