ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲଠାରେ ଆୟୋଜିତ ଓଡ଼ିଶା ଦ୍ବିତୀୟ ରାଜ୍ୟ କ୍ଲବ୍ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ପୁରୁଷ ବର୍ଗରେ ଖୋର୍ଦ୍ଧା ବାଲୁଗାଁସ୍ଥିତ କାଟୋସ୍ ଜିମ୍ର ସୋମେନ ସେନାପତି ମୋଟ ୫୬୫ କେଜି ଉଠାଇ ଷ୍ଟ୍ରଙ୍ଗ୍ମ୍ୟାନ୍ ଆଖ୍ୟା ଲାଭ କରିଛନ୍ତି। ମହିଳାରେ ଉତ୍କଳ କରାଟେ ସ୍କୁଲ୍ ଜିମ୍ର ଅନୁପମା ସ୍ବାଇଁ ୩୨୨.୫ କେଜି ଉଠାଇ ଷ୍ଟ୍ରଙ୍ଗ୍ଓମ୍ୟାନ୍ ଆଖ୍ୟା ଲାଭ କରିଥିଲେ। ଉଭୟଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ପୁରୁଷ ବର୍ଗରେ କୋରାପୁଟ ମ୍ୟୁନିସିପାଲ୍ ଜିମ୍ର ରୋହିତ ପାତ୍ର (୨୫୦ କେଜି) ସ୍କ୍ବାଟ୍ରେ, ଉତ୍କଳ କରାଟେ ସ୍କୁଲ୍ ଜିମ୍ର ଜ୍ୟୋତିରଂଜନ ବିଶ୍ବାଳ (୨୭୨.୫ କେଜି) ଡେଡ୍ଲିଫ୍ଟରେ ଏବଂ କଟକସ୍ଥିତ କ୍ଲବ୍ ୱାନ୍ ପରସେଣ୍ଟ୍ ଜିମ୍ର ଅଭିଷେକ ମହାନ୍ତି (୧୬୨.୫ କେଜି) ବେଞ୍ଚ୍ପ୍ରେସ୍ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମହିଳା ବର୍ଗରେ ରାଉରକେଲାର ଡି. ଜିମ୍ର ଆକାଂକ୍ଷା ପରିଡ଼ା (୧୭୫ କେଜି) ସ୍କ୍ବାଟ୍ରେ, ଉତ୍କଳ କରାଟେ ସ୍କୁଲ୍ ଜିମ୍ର ଅନୀତା ବେହେରା (୮୭.୫ କେଜି) ବେଞ୍ଚ୍ପ୍ରେସ୍ରେ ଏବଂ ଦିବ୍ୟଲେଖା ମିଶ୍ର (୧୮୨.୫ କେଜି) ଡେଡ୍ଲିଫ୍ଟରେ ଶ୍ରେଷ୍ଠ ପୁରସ୍କାର ପାଇଥିଲେ।
ଏହି ପ୍ରତିଯୋଗିତାରେ ଉତ୍କଳ କରାଟେ ସ୍କୁଲ୍ ଜିମ୍ ୨୦ ସ୍ବର୍ଣ୍ଣ ପାଇ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ଡି. ଜିମ୍ ୫ ସ୍ବର୍ଣ୍ଣ ଓ ଭୁବନେଶ୍ବରର ଲିଜେଣ୍ଡ ଜିମ୍ ୩ ସ୍ବର୍ଣ୍ଣ ସହ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂହ, ଭୁବନେଶ୍ବର ବିଡିଓ ସାଗର ପାଳ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ, ଉପସଭାପତି ଚିତ୍ତରଂଜନ ସ୍ବାଇଁ ଓ ଗୌରୀ ମହାନ୍ତି ପ୍ରମୁଖ ପଦକ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିଯୋଗିତାକୁ ପ୍ରଦୀପ କୁମାର ପାତ୍ର, ଚନ୍ଦ୍ରଶେଖର ସାହୁ, କୃଷ୍ଣଚନ୍ଦ୍ର ସାହୁ, ରାନୁ ମହାନ୍ତି, ଦେବାଶିଷ ମହାନ୍ତି, ଜାଭେଦ ଅର୍ସଦ, ତନୟା ପଣ୍ଡା, ଲକିରାଣୀ ପାତ୍ର, ସ୍ବାଗତିକା ଖଟେଇ, ଚିନ୍ମୟୀ ଭୂୟାଁ, ଉମାକାନ୍ତ ବେହେରା, ଗୋପାଳ ଦାସ, ସୁଜିତ ଗିରି, ଦୀପକ ନାୟକ, ବିପି ବେହେରା, ନିରଂଜନ ପଟ୍ଟନାୟକ, ହିଂମାଶୁ ଶେଖର ଦାସ, ମୀର ଅଜମତ ଅଲ୍ଲୀ ଓ ଲଲିତ ସାହୁ ପ୍ରମୁଖ ପରିଚାଳନା କରିଥିଲେ।