ନୂଆଦିଲ୍ଲୀ: ନିକଟରେ ଟେନିସ ତାରକା ସାନିଆ ମିର୍ଜାଙ୍କ ସ୍ୱାମୀ ସୋଏବ ପାକିସ୍ତାନର ଅଭିନେତ୍ରୀ ସାନାଙ୍କୁ ବିବାହ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ତେବେ ସୋଏବଙ୍କ ବିବାହକୁ ନେଇ ସାନିଆଙ୍କ ବାପା ପ୍ରତିକ୍ରିୟା ଦେଇ କହିଥିଲେ, ‘ଝିଅ ଛାଡ଼ପତ୍ର ଦେବା ପରେ ହିଁ ସୋଏବ ତୃତୀୟ ବିବାହ କରିଛନ୍ତି। ତାଙ୍କ ବୈବାହିକ ଜୀବନ ସୁଖକର ହେଉ।’
ସୋଏବଙ୍କ ବିବାହ ପରେ ସାନିଆଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ ହୋଇଛି। ଯେଉଁଥିରେ ସାନିଆ ତାଙ୍କ ପୁଅକୁ କ୍ରାକ୍ସ ଜୋତା ଉପହାର ଦେବା କଥା ଉଲ୍ଳେଖ କରିଛନ୍ତି। ଏହି ପୋଷ୍ଟକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି କି, ‘ସାନିଆ ତାଙ୍କ ପୁଅଙ୍କୁ ଏହି କ୍ରାକ୍ସ ଜୋତା ଠାରୁ ବି ଆହୁରି ସୁନ୍ଦର ଉପହାର ଦେଇଥିବେ। ତେବେ ସେ ଏହି ଜୋତାର ଫଟୋକୁ କାହିଁକି ସେୟାର କରିଛନ୍ତି।’
ନିକଟରେ ଫାଇନାନ୍ସସିଆଲ ଏକ୍ସପ୍ରେସ ସାନିଆ ମିର୍ଜା ମୋଟ କେତେ ସମ୍ପତ୍ତିର ମାଲିକ ସେନେଇ ଏକ ରିପୋର୍ଟ ପ୍ରକାଶ କରିଛି।
ଏହି ରିପୋର୍ଟରୁ ଜଣାପଡ଼ିଛି କି ସାନିଆ ମିର୍ଜାଙ୍କ ମୋଟ ସମ୍ପତ୍ତି ୨୦୨୩ ମସିହା ସୁଦ୍ଧା ୨୬ ମିଲିୟନ ଡଲାରରୁ ଅଧିକ ଅର୍ଥାତ୍ ୨୧୦ କୋଟି ଟଙ୍କା ଥିଲା। ସେହିଭଳି ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ ସାନିଆ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ୬୦ରୁ ୭୫ ଲକ୍ଷ ଟଙ୍କା ନେଇଥାନ୍ତି।