ବାର୍ବାଡସ୍‌: ପୂର୍ବତନ ନିର୍ଭରଯୋଗ୍ୟ ବ୍ୟାଟର୍‌ ଶିବନାରାୟଣ ଚନ୍ଦରପଲ୍‌ଙ୍କ ପୁଅ ଟାଗେନାରାୟଣ ୱେଷ୍ଟଇଣ୍ଡିଜ୍‌ ଟେଷ୍ଟ୍‌ ଦଳରେ ସ୍ଥାନ ପାଇଛନ୍ତି। ଏହି ୨୮ ବର୍ଷ ବୟସ୍କ ଜୁନିଅର୍‌ ଚନ୍ଦରପଲ୍‌ ପିତାଙ୍କ ପରେ ଜାତୀୟ ଦଳ ପାଇଁ ଟେଷ୍ଟ୍‌ ପଦାର୍ପଣ ସୁଯୋଗ ପାଇଛନ୍ତି। ନଭେମ୍ବର-ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ପାଇଁ ଟାଗେନାରାୟଣଙ୍କୁ ଦଳରେ ସ୍ଥାନ ମିଳିଥିଲା ବେଳେ ଅଲ୍‌ରାଉଣ୍ଡର ରସ୍ତନ ଚେଜ୍‌ ଓ ମଧ୍ୟକ୍ରମ ବ୍ୟାଟର୍‌ ସାମରା ବ୍ରୁକ୍ସଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଏବେ ଆଇସିସି ମାନ୍ୟତାର ଅଷ୍ଟମ ସ୍ଥାନରେ ଥିବା ୱେଷ୍ଟ୍‌ଇଣ୍ଡିଜ୍‌ ଶୀର୍ଷ ମାନ୍ୟତାପ୍ରାପ୍ତ ଅଷ୍ଟ୍ରେଲିଆ ସହ ନଭେମ୍ବର ୩୦ରେ ପର୍ଥରେ ପ୍ରଥମ ଟେଷ୍ଟ୍‌ ଖେଳିବ। ଦ୍ବିତୀୟ ଟେଷ୍ଟ୍‌ ଆଡିଲେଡ୍‌ରେ ଡିସେମ୍ବର ୮ରେ ଖେଳାଯିବ। ଏହା ପୂର୍ବରୁ ଚଳିତ ବର୍ଷ ୱେଷ୍ଟ୍‌ଇଣ୍ଡିଜ୍‌ ଦୁଇଟି ଶୃଙ୍ଖଳା ଇଂଲଣ୍ଡ ଓ ବାଂଲା‌ଦେଶ ବିପକ୍ଷରେ ଖେଳି ଉଭୟକୁ ଜିତିଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ସେହି ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛୁ ବୋଲି ଦଳ ଘୋଷଣା ପରେ କହିଛନ୍ତି ମୁଖ୍ୟ ଚୟନକର୍ତା ଦେଶମଣ୍ଡ ହେନ୍ସ।

Advertisment

ୱେଷ୍ଟ୍‌ଇଣ୍ଡିଜ୍‌ ଟେଷ୍ଟ୍‌ ଦଳ: କ୍ରେଗ୍‌ ବ୍ରାଥ୍‌ୱେଟ୍‌ (ଅଧିନାୟକ), ଜର୍ମେନ୍ ବ୍ଲାକ୍‌ଉଡ୍‌, ଏନ୍‌କ୍ରୁମା ବୋନେର, ସାମରା ବ୍ରୁକ୍ସ, ଟାଗେନାରାୟଣ ଚନ୍ଦରପଲ୍‌, ରସ୍ତନ ଚେଜ୍‌, ଜୋସୁଆ ଦା ସିଲ୍‌ଭା, ଜାସନ ହୋଲ୍‌ଡର, ଅଲ୍‌ଜେରି ଯୋଶେଫ୍‌, କାଇଲ ମାୟର୍ସ, ଆଣ୍ଡରସନ ଫିଲିପ, ରେମନ ରାଇଫର, କେମାର ରୋଚ୍‌, ଜୟଦେନ ସିଲେସ, ଡେଭନ ଥୋମାସ।