ଫାଇନାଲ୍‌ରେ ସୋନିଆ, ସିମ୍ରନଜିତ୍‌ କାଂସ୍ୟରେ ସନ୍ତୁଷ୍ଠ

ନୂଆଦିଲ୍ଲୀ: ଚଳିତ ବିଶ୍ବ ମହିଳା ମୁଷ୍ଟି ଯୁଦ୍ଧ ପ୍ରତିଯୋଗିତାର ଫାଇନାଲ୍‌ରେ ସୋନିଆ ଚହଲ ଦ୍ବିତୀୟ ଭାରତୀୟ ଭାବେ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ଏମ୍‌ସି ମେରି କମ୍‌ ୪୫ରୁ ୪୮ କିଲୋଗ୍ରାମ ବର୍ଗର ଫାଇନାଲ୍‌ରେ ପହଞ୍ଚିଥିଲା ବେଳେ ଶୁକ୍ରବାର ସୋନିଆ (୫୭ କିଲୋଗ୍ରାମ) ଏଥିରେ ଯୋଡ଼ି ହୋଇଛନ୍ତି। ସେମିଫାଇନାଲ୍‌ରେ ସୋନିଆ ୫-୦ (୩୦-୨୭, ୩୦-୨୭, ୩୦-୨୭, ୨୯-୨୮, ୩୦-୨୭)ରେ ଉତ୍ତର କୋରିଆର ୱା ସନ୍‌ ଜୋଙ୍କୁ ମାତ୍‌ ଦେଇଥିଲେ। ସ୍ବର୍ଣ୍ଣ ଲଢ଼େଇରେ ସେ ଜର୍ମାନିର ଓମିଲା ଗାବ୍ରିଲେ ୱାହନରଙ୍କୁ ଭିଟିବେ। ‌ତେବେ ସିମ୍ରନ୍‌ଜିତ କୌର (୬୪ କିଲୋଗ୍ରାମ୍‌) ବାଥ ସେମିଫାଇନାଲ୍‌ରେ ହାରି କାଂସ୍ୟ ପଦକରେ ସନ୍ତୁଷ୍ଠ ହୋଇଥିଲେ। ସେ ୧-୪ରେ ଚୀନ୍‌ର ଡାନ୍‌ ‌‌ଡଉଙ୍କଠୁ ହାରି ଯାଇଥି‌ଲେ।

ସମ୍ବନ୍ଧିତ ଖବର