କରିନାଙ୍କ ଅବିକଳ ଗାଉନ୍ ପିନ୍ଧି ଚର୍ଚ୍ଚାରେ ସାନିଆଙ୍କ ଭଉଣୀ

ନୂଆଦିଲ୍ଲୀ: ଟେନିସ୍ ତାରକା ସାନିଆ ମିର୍ଜାଙ୍କ ଭଉଣୀ ଅନମ୍ ମିର୍ଜା ଭାରତର ପୂର୍ବତନ କ୍ରିକେଟ୍ ଖେଳାଳି ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ମହମ୍ମଦ ଅସଦୁଦ୍ଦିନଙ୍କୁ ଡିସେମ୍ବର ୧୧ ତାରିଖରେ ବିବାହ କରିଥିଲେ। ଅନମ୍ ନିଜ ବିବାହର ସ୍ବାଗତ ସମାରୋହ (ରିସେପସନ୍)ରେ ବାଦାମୀ-ଲାଲ୍ ରଙ୍ଗର ଗାଉନ୍ ପରିଧାନ କରିଥିଲେ। ଯାହାକୁ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ଛାଡ଼ିଥିଲେ। ତେବେ ଅନମ୍ ପିନ୍ଧିଥିବା ଗାଉନ୍ ଅଭିନେତ୍ରୀ କରିନା କପୁର ଖାନ୍‌ଙ୍କ ଗାଉନ୍‌ର ଅବିକଳ ଥିଲା। ସୂଚନାଯୋଗ୍ୟ, ଅଭିନେତ୍ରୀ କରିନା ଗତବର୍ଷ ଲୋକପ୍ରିୟ ଧାରାବାହିକ କଫି ଵିଥ୍ କରଣ ଷଷ୍ଠ ସିଜିନର ଶେଷ ଅଧ୍ୟାୟରେ ବାଦାମୀ-ଲାଲ୍ ରଙ୍ଗର ଗାଉନ୍ ପରିଧାନ କରିଥିଲେ।

ସମ୍ବନ୍ଧିତ ଖବର