କ୍ବାର୍ଟର୍‌ରେ ସୋନିଆ, ସିମ୍ରନ୍‌ଜିତ୍‌, ପିଙ୍କି

ବିଶ୍ବ ମହିଳା ମୁ‌ଷ୍ଟିଯୁଦ୍ଧ

ନୂଆଦିଲ୍ଲୀ: ଭାରତୀୟ ଯୋଦ୍ଧା ସୋନିଆ ଚହଲ (୫୭ କେଜି), ସିମ୍ରନଜିତ କୌର ବାଥ (୬୪ କେଜି) ଏବଂ ପିଙ୍କି ରାଣୀ (୫୧ କେଜି)ଚଳିତ ମହିଳା ମୁଷ୍ଟିଯୁଦ୍ଧ ବିଶ୍ବ ପ୍ରତିଯୋଗିତାର କ୍ବାର୍ଟର୍‌ ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ସୋମବାର ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ସୋନିଆ ୩-୨ରେ ୨୦୧୪ ସଂସ୍କରଣ ସ୍ବର୍ଣ୍ଣ ବିଜୟିନୀ ବୁଲ୍‌ଗେରିଆର ଷ୍ଟାନିମୀରା ପେଟ୍ରୋଭାଙ୍କୁ, ସିମ୍ରନ୍‌ଜିତ ୫-୦ରେ ସ୍କଟ୍‌ଲାଣ୍ଡ୍‌ର ମେଗାନଙ୍କୁ ଏବଂ ପିଙ୍କି ୫-୦ରେ ଇଂଲଣ୍ଡର ଇବୋନି ଆଲିସ ଲିଲି ଜୋନ୍ସଙ୍କୁ ପରାସ୍ତ କରିଥିଲେ। କ୍ବାର୍ଟର୍‌ରେ ସୋନିଆ କଲମ୍ବିଆର ରିସ୍‌ କାଷ୍ଟେନାଦା ଏନି ମାର୍ସିଲାଙ୍କୁ, ପିଙ୍କି କୋରିଆର ଚୋଲ୍‌ ମି ପାଙ୍ଗ୍‌ଙ୍କୁ ଏବଂ ସିମ୍ରନ୍‌ଜିତ ଆୟର୍ଲାଣ୍ଡର ଆମି ସାରା ‌ବ୍ରର୍ଧୁଷ୍ଟ୍‌ଙ୍କୁ ଭେଟିବେ। ତେବେ ୭୫ କିଲୋଗ୍ରାମ ବର୍ଗରେ ଭାରତର ସ୍ବିଟି ବୋରା ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରୁ ବିଦାୟ ନେଇଛନ୍ତି। ସେ ୦-୫ରେ ପୋଲାଣ୍ଡର ଏଲ୍‌ଜ୍‌ବିଏଟା ୱଜ୍‌ସିକ୍‌ଙ୍କଠୁ ହାରି ଯାଇଥିଲେ।

ସମ୍ବନ୍ଧିତ ଖବର