ଭୁବନେଶ୍ବର: ରସୁଲଗଡ଼ କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା ସନ୍ତୋଷ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ ଦୁଇ କଟକ ଦଳ ୱିଣ୍ଡ ୨୦୦୦ ଏବଂ ହାପି ଏକାଦଶ ମୁହାଁମୁହିଁ ହେବେ। ଶୁକ୍ରବାରର ଦୁଇଟି ସେମିଫାଇନାଲ୍ରେ ହାପି ଏକାଦଶ ୬୧ ରନ୍ରେ ନିଜ ସହରର ମ୍ୟାଜିକ ଏକାଦଶକୁ ଏବଂ ୱିଣ୍ଡ ଦଳ ୮୫ ରନ୍ରେ ଭୁବନେଶ୍ବର ଏମ୍ବିଏସ୍ ଏକାଦଶକୁ ପରାସ୍ତ କରିଥିଲା।
ପ୍ରଥମ ସେମିଫାଇନାଲ୍ରେ ହାପି ଏକାଦଶ ୧୯୦ ରନ୍ କରିଥିଲା। ଜବାବରେ ମ୍ୟାଜିକ୍ ଦଳ ୧୦.୧ ଓଭରରେ ୧୨୯ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ବିଜୟୀ ଦଳର ରଶ୍ମିରଂଜନ ଓଝା (୫୦ ରନ୍, ୨ ୱିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦ୍ବିତୀୟ ସେମିଫାଇନାଲ୍ରେ ୱିଣ୍ଡ ୨୧୨/୫ କରିଥିଲା ବେଳେ ଏମ୍ବିଏସ୍ ୧୦.୧ ଓଭରରେ ୧୨୮ ରନ୍ରେ ଅଟକି ଯାଇଥିଲା। ଅଲ୍ରାଉଣ୍ଡ ପ୍ରଦର୍ଶନ ଲାଗି ସୁଶାନ୍ତ ପ୍ରଧାନ (୮୭ ରନ୍, ୨ ୱିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ମ୍ୟାଚ୍ ଦୁଇଟିକୁ ସ୍ମୃତି ବିଶ୍ବାଳ, ରାକେଶ ବଳିଆରସିଂହ ଓ ପାର୍ଥସାରଥି ରାଉତରାୟ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/13.jpg)