ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଚେସ୍ ସଂଘ (ଓସ୍କା) ପକ୍ଷରୁ ଅନୁଷ୍ଠିତ ପ୍ରଥମ ସୋନୁ ଅଗ୍ରୱାଲ୍ ସ୍ମାରକୀ ଚେସ୍ ପ୍ରତିଯୋଗିତାରେ ହର୍ଷିତ ରଂଜନ ସାହୁ ବିଜେତା ହୋଇଥିବା ବେଳେ ଫିଡେ ମାଷ୍ଟର ସୌମ୍ୟରଂଜନ ମିଶ୍ର ଉପବିଜେତା ହୋଇଛନ୍ତି। ୮ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରୁ ହର୍ଷିତ ୭ ପଏଣ୍ଟ ପାଇଥିବା ବେଳେ ସୌମ୍ୟ ୬.୫ ପଏଣ୍ଟ୍ ଅର୍ଜନ କରିଥିଲେ। ସତ୍ୟ ସର୍ବଜିତ୍ ମିଶ୍ର (୬.୫), ଅମରେନ୍ଦ୍ର ଖମାରି (୬), ସଂଜୀବନ ନାୟକ, ଜ୍ଞାନରଂଜନ ସେଠୀ, ରବୀନ୍ଦ୍ର ସାହୁ (ପ୍ରତ୍ୟେକ ୫.୫), ରବୀନ୍ଦ୍ର ଓଝା, ଦାଶରଥି ସାହୁ, ଭୀମସେନ ପ୍ରଧାନ, ଆଶୁତୋଷ ବିଶ୍ବାଳ, ମାନସ ସାହୁ (ପ୍ରତ୍ୟେକ ୫ ପଏଣ୍ଟ) ଯଥାକ୍ରମେ ତୃତୀୟରୁ ଦ୍ବାଦଶ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ସ୍ବତନ୍ତ୍ର ପୁରସ୍କାର ବର୍ଗରେ ଭୀନିତ ମହାରଣା, ଅକ୍ଷଜ ନାୟକ, ପି ପଦ୍ମିନୀ, ଶୁଭ ସିଂହ ସୈନି, ଦକ୍ଷରାଜ ସଦାନନ ବୋଲେ, ଅଦିତି ଉପାସନା ପଟ୍ଟନାୟକ ପ୍ରମୁଖ ଶ୍ରେଷ୍ଠ ବିଚେଚିତ ହୋଇଥିଲେ। ମୁଖ୍ୟ ଆର୍ବିଟର ଦେବାଶିଷ ପାଣିଗ୍ରାହୀ ପ୍ରତିଯୋଗିତା ପରିଚାଳନା କରିଥିଲେ।
ସୋନୁ ଅଗ୍ରୱାଲ୍ ଚେସ୍: ହର୍ଷିତ ବିଜେତା
/sambad/media/post_attachments/wp-content/uploads/2022/01/65d4h65456daadadd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)