ଅଭ୍ୟାସ ବେଳେ ଅକାଳ ବିୟୋଗ

କୋଲକାତା: ଅଭ୍ୟାସ କରୁଥିଲା ବେଳେ କୋଲକାତାର ଜଣେ ଉଦୀୟମାନ କ୍ରିକେଟରଙ୍କର ଅକାଳ ବିୟୋଗ ହୋଇ ଯାଇଛି। ସୋନୁ ଯାଦବ ନାମକ ଏହି କ୍ରିକେଟର ବଲିଗଞ୍ଜ ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ ‌ଖେଳୁଥିଲେ। ବୁଧବାର ଦିନ ବ୍ୟାଟିଂ କରୁଥିଲା ବେଳେ ହଠାତ୍ ପୂର୍ବାହ୍ନ ୧୧. ୩୦ରେ ସେ ଗୁରୁତର ଅସୁସ୍ଥ ହୋଇ ଯାଇଥିଲେ। ତୁରନ୍ତ ତାଙ୍କୁ ଏକ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ହେଲେ ୨୨ ବର୍ଷୀୟ ଯାଦବଙ୍କର ସେଠାରେ ପ୍ରାଣବାୟୁ ଉଡ଼ି ଯାଇଥିଲା। କୋଲକାତାର ଦ୍ବିତୀୟ ଡିଭିଜନ୍ କ୍ରିକେଟରେ ସେ ଜଣେ ଦକ୍ଷ ଓ ଲୋକପ୍ରିୟ ଖେଳାଳି ଥିଲେ। ଯାଦବଙ୍କ ମୃତ୍ୟୁର ଅସଲ କାରଣ କିନ୍ତୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ‌ହୋଇ ନାହିଁ। ଶବ ବ୍ୟବଛେଦ ପରେ ଏହା ଜଣାପଡ଼ିବ। ଅସୁସ୍ଥ ହେବା ପରେ ପ୍ରଥମେ ତାଙ୍କୁ ବେଙ୍ଗଲ କ୍ରିକେଟ୍ ସଂଘର ଆଶୁ ଚିକିତ୍ସା ବିଭାଗକୁ ନିଆଯାଇଥିଲା। ପରେ ଏସଏସକେଏମ୍ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଡାକ୍ତରଙ୍କ ବହୁ ଚେଷ୍ଟା ପରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ହୋଇ ପାରି ନଥିଲା।

ସମ୍ବନ୍ଧିତ ଖବର