ଫିଫା ବିଶ୍ୱକପ୍‌ରେ ସୋନି ମାଲେମାଲ

ନୂଆଦିଲ୍ଲୀ: ଗତ ଫିଫା ବିଶ୍ୱକପ୍‌ରେ ଆନୁଷ୍ଠାନିକ ପ୍ରସାରଣ ଅଧିକାର ପାଇଥିବା ସୋନି ପିକ୍‌ଚର୍ସ ନେଟ୍‌ଓ୍ଵାର୍କସ ଇଣ୍ଡିଆ (ଏସ୍‌ପିଏନ୍‌) ମାଲେମାଲ ହୋଇଛି। ଭାରତରେ ବିଶ୍ୱକପ୍‌କୁ ମୋଟ ୧୧୦.୫ ମିଲିଅନ୍‌ ଦର୍ଶକ ଉପଭୋଗ କରିଥିଲା ବେଳେ ସୋନି ବିଜ୍ଞାପନ ରାଜସ୍ୱ ବାବଦରେ ୨୦୦ କୋଟି ଟଙ୍କା ଆୟ କରିଛି। ରୁଷିଆ ବିଶ୍ୱକପ୍‌ର ମୋଟ ୬୪ ମ୍ୟାଚ୍‌କୁ ସାରା ବିଶ୍ୱରେ ସୋନି ଟେନ୍‌-୨, ସୋନି ଟେନ୍‌-୩ ଓ ସୋନି ଇଏସ୍‌ପିଏନ୍‌ ଚ୍ୟାନେଲ ପ୍ରସାରଣ କରିଥିଲା। ସେଥିମଧ୍ୟରୁ କେବଳ ଫାଇନାଲ୍‌ ମ୍ୟାଚ୍‌କୁ ୫୧.୨ ମିଲିୟନ୍‌ ଦର୍ଶକ ଦେଖିଥିଲେ। ତେବେ ବିଜ୍ଞାପନ ବାବଦ ରାଜସ୍ୱ ପୂର୍ବ (୨୦୧୪) ବିଶ୍ୱକପ୍‌ର ଦୁଇଗୁଣା ହୋଇଥିଲା। ୨୦୧୪ ବିଶ୍ୱକପ୍‌ରୁ ବିଜ୍ଞାପନ ରାଜସ୍ୱ ବାବଦରେ ୧୦୦ କୋଟି ଆୟ ହୋଇଥିଲା ବେଳେ ରୁଷିଆ ବିଶ୍ୱକପ୍‌ରୁ ସୋନି ଆୟ କରିଛି ୨୦୦ କୋଟିର ବିଜ୍ଞାପନ ରାଜସ୍ୱ। ଏହି ବିଶ୍ୱକପ୍‌ରେ ସୋନି ୪୦ରୁ ଅଧିକ ବିଜ୍ଞାପନଦାତାଙ୍କୁ ଟେଲିଭିଜନ୍‌କୁ ଟାଣି ଆଣିପାରିଥିଲା। ୧୦ ସେକେଣ୍ଡ୍‌ର ବିଜ୍ଞାପନ ବାବଦରେ ସୋନି ଆୟ କରିଥିଲା ୬ ଲକ୍ଷ ଟଙ୍କା। ଏନେଇ ସୂଚନା ଦେଇଛନ୍ତି ସୋନିର ସଭାପତି ରୋହିତ ଗୁପ୍ତା।

ସମ୍ବନ୍ଧିତ ଖବର