ଭାରତରେ ଅଷ୍ଟ୍ରେଲିଆ ମ୍ୟାଚ୍‌ ପ୍ରସାରଣ କରିବ ସୋନି

ସିଡ୍‌ନି: ଅଷ୍ଟ୍ରେଲିଆରେ ଆସନ୍ତା ୬ ବର୍ଷ ପାଇଁ ଖେଳା ଯିବାକୁ ଥିବା ପୁରୁଷ ଏବଂ ମହିଳା କ୍ରିକେଟ୍‌ ପ୍ରତିଯୋଗିତାର ସିଧା ପ୍ରସାରଣ ସୋନି କରିବ। ଏଥିନେଇ କ୍ରିକେଟ୍‌ ଅଷ୍ଟ୍ରେଲିଆ ଏବଂ ସୋନି ଟେଲିଭିଜନ୍‌ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇ ସାରିଛି। ଫଳରେ ଆସନ୍ତା ଆସେସ୍‌ ଶୃଙ୍ଖଳା ସହ ୨୦୨୧-୨୨ ଆସେସ୍‌, ଭାରତ, ପାକିସ୍ତାନ, ଶ୍ରୀଳଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ଗସ୍ତ ସୋନିରେ ଦେଖିବାକୁ ମିଳିବ। ଭାରତୀୟ କ୍ରିକେଟ୍‌ ଦଳର ଅଷ୍ଟ୍ରେଲିଆ ଗସ୍ତର ସିଧା ପ୍ରସାରଣ ଅଧିକାର କିଣି ଥିବାରୁ ସୋନିର ବରିଷ୍ଠ ଅଧିକାରୀମାନେ ଖୁସି ଜାହିର କରିଛନ୍ତି।

ସମ୍ବନ୍ଧିତ ଖବର