ସୋଟୋକାଇ କରାଟେ କର୍ମଶାଳା ଉଦ୍‌ଯାପିତ

ଭୁବନେଶ୍ୱର: ଓକିନାଓ୍ଵା କରାଟେ ସ୍କୁଲ୍‌ ପକ୍ଷରୁ କଳିଙ୍ଗ ନଗର ଡିଏଭି ସ୍କୁଲ୍‌ ପରିସରରେ ଏକ ଜାପାନ କରାଟେ ସୋଟୋକାଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜାପାନ କରାଟେ ସୋଟୋକାଇର ସଭାପତି ଏସ୍‌ ଶ୍ରୀନିବାସନ ପ୍ରତ୍ୟେକ୍ଷଭାବେ ଆସି ଏହି କର୍ମଶାଳା ପରିଚାଳନା କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଡିଏଭି ସ୍କୁଲ୍‌ର ଅଧ୍ୟକ୍ଷ ବିପିନ କୁମାର ସାହୁ କୃତୀ କ୍ରୀଡ଼ାବିତ୍‌ଙ୍କୁ ଅଭିନନ୍ଦନ ଜଣାଇଥିଲେ। ଜାପାନ କରାଟେ ସୋଟୋକାଇ ଇଣ୍ଡିଆର ଉପସଭାପତି ସୌମ୍ୟରଂଜନ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପରିଚାଳିତ ଏହି କର୍ମଶାଳାରେ ପ୍ରଥମ ଡାନ୍‌ ଭାବେ ସମୀର ସୁବ୍ରତ ମୁଣ୍ଡା, ଚିରସ୍ମିତା ଭଞ୍ଜଦେଓ, ମଧୁସ୍ମିତା ଭଞ୍ଜଦେଓ, ଓମ୍‌ ସ୍ୱରୂପ ଖାଡ଼ଙ୍ଗା, ରାଜଲକ୍ଷ୍ମୀ ମହାପାତ୍ର, ପ୍ରତିଭା ମିଶ୍ର, ସଙ୍କେତ ମହାପାତ୍ର, ପ୍ରସନ୍‌ଜିତ ଓଝା, ସୁବିତ କୁମାର ରଥ, ସୁଧାଂଶୁ କୁମାର ଉଦ୍‌ଗାତା, ରାକେଶ କୁମାର ଶର୍ମା, ସିଦ୍ଧାର୍ଥ କୁମାର ସାହୁ, ଆଶୁତୋଷ ମହାପାତ୍ର ଭାବେ କୃତକାର୍ଯ୍ୟ ହୋଇଥିଲେ। ସେହିଭଳି ଅଙ୍କିତ କୁମାର ମହାନ୍ତ ଦ୍ୱିତୀୟ ଡାନ୍‌, ସନ୍ଦୀପ ମଲ୍ଲିକ ଚତୁର୍ଥ ଡାନ୍‌ ପାଇଥିଲେ। ଏ ରବି ଶଙ୍କର, ହିମାଂଶୁ ଭୂଷଣ ଦାସ, ବେଣୁଧର ମଲ୍ଲିକ, ଅନ୍ତର୍ଯ୍ୟାମୀ ବେହେରା, ଦେବାଶିଷ ରାଉତ, ଅମରେଶ ପ୍ରଧାନ, ତୋଫାନ ବିଶୋଇ, ପ୍ରତାପ କୁମାର ନାୟକ, ସୁନୀତା ଜେନା, ଜ୍ଞାନରଂଜନ ନନ୍ଦ, ସୌମ୍ୟରଂଜନ ସ୍ୱାଇଁ, ଜିତେନ୍ଦ୍ର କୁମାର ସାମଲ ପରିଚାଳନରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର