ଭୁବନେଶ୍ୱର: ପେସାରେ ଜଣେ ଅଲ୍ ଇଣ୍ଡିଆ ରେଡିଓ କର୍ମଚାରୀ ହୋଇଥିଲେ ମଧ୍ୟ ସୌଭାଗ୍ୟ ରଥଙ୍କୁ ତାଙ୍କ ମାରାଥନ୍ ଦୌଡ଼ ନିଶା ଛାଡ଼ିନାହିଁ। କେବଳ ଓଡ଼ିଶା ଭିତରେ ନୁହେଁ ଦେଶର କୌଣସି ପ୍ରାନ୍ତରେ ପୂର୍ଣ୍ଣ ମାରାଥନ୍ ପ୍ରତିଯୋଗିତା ହେଲେ ଧାଇଁ ଯାଉଛନ୍ତି ସୌଭାଗ୍ୟ। ସଫଳତା ମିଳୁ ନ ମିଳୁ ଅଂଶଗ୍ରହଣ ଭଳି ଅଲିମ୍ପିକ୍ ସଙ୍କଳ୍ପବଦ୍ଧତାରେ ବିଶ୍ୱାସ ରଖି ଆଗକୁ ବଢ଼ିଛନ୍ତି ସୌଭାଗ୍ୟ। ନିକଟରେ କୋଲ୍କାତା ଏବଂ ମୁମ୍ବାଇରେ ପୂର୍ଣ୍ଣ ମାରାଥନ୍ରେ ଭାଗ ନେଇଥିବା ସୌଭାଗ୍ୟ ଗତ ଶନିବାର ମହାରାଷ୍ଟ୍ରର ସତାରାରେ ଅନୁଷ୍ଠିତ ରାତ୍ରୀକାଳୀନ ପୂର୍ଣ୍ଣ ମାରାଥନ୍ରେ ପ୍ରତିନିଧିତ୍ୱ କରି ନିଆରା ଅନୁଭବ ପାଇଛନ୍ତି। ୪୨.୧୯୫ କିଲୋମିଟର୍ ବିଶିଷ୍ଟ ଏହି ମାରାଥନ୍କୁ ସେ ୫ ଘଣ୍ଟା ୫ ମିନିଟ୍ରେ ଶେଷ କରିଥିଲେ। ରାତି ୧୧ଟାରେ ଏହା ଆରମ୍ଭ ହୋଇଥିଲା। ପାର୍ବତୀୟ ସହର ସତାରାରେ ଦୌଡ଼ିବା ଅତ୍ୟନ୍ତ କଷ୍ଟକର ଥିଲା ବୋଲି ସୌଭାଗ୍ୟ କହିଛନ୍ତି। ଏହି ପ୍ରତିଯୋଗିତାକୁ ସେ ଖାଲି ପାଦରେ ଅତିକ୍ରମ କରିବା ସବୁଠାରୁ ଉଲ୍ଲେଖନୀୟ ଥିଲା।
ସୌଭାଗ୍ୟଙ୍କ ମାରାଥନ ନିଶା
/sambad/media/post_attachments/wp-content/uploads/2018/06/7-Shoubhagya-Rath.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)