ରିଆଦ,: ମୁସଲିମ୍ ବହୁଳ ରାଷ୍ଟ୍ର ସାଉଦି ଆରବ ରବିବାର ଏକ ଐତିହାସିକ ନିଷ୍ପତ୍ତି ନେଇଛି। ମୈଳବାଦିଙ୍କ ବିରୋଧକୁ ବେଖାତିର କରି ଏହି ଦେଶ ପ୍ରଥମ ଥର ପାଇଁ ମହିଳାଙ୍କୁ ଷ୍ଟାଡିୟମ୍ ଆସି ମ୍ୟାଚ୍ ଦେଖିବାର ଅନୁମତି ପ୍ରଦାନ କରିଛି। ତେବେ ମହିଳାମାନେ ଖୋଲା ଆକାଶତଳେ ମ୍ୟାଚ୍ ଦେଖିବାର ମଜ୍ଜା କେବଳ ଶୁକ୍ରବାର ନେଇ ପାରିବେ। ଅନ୍ୟ ଦିନଗୁଡ଼ିରେ ପୂର୍ବଭଳି ଘରକୋଣରେ ରହିବେ। ଆସନ୍ତା ଶୁକ୍ରବାର ଅଲ-ଅହିଲ ଓ ଅଲ୍ ବାତିନ କ୍ଲବ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ଷ୍ଟାଡିୟମ୍ ଦର୍ଶକ ଭାବେ ମହିଳାଙ୍କ ପ୍ରଥମ ମ୍ୟାଚ୍ ହେବ। ଏହି ମ୍ୟାଚ୍ ରିଆଦରେ ଖେଳାଯିବ। ସାଉଦି ସୂଚନା ଓ ଯୋଗାଯୋଗ ମନ୍ତ୍ରୀ ଏକ ପ୍ରେସ୍ ବିଜ୍ଞପ୍ତରେ ଏହା କହିଛନ୍ତି। ସଂପ୍ରତି ସାଉଦି ଆରବରେ ପ୍ରଚଳିତ ନିୟମ ଅନୁସାରେ ମହିଳାଙ୍କୁ ପାଠପଢ଼ିବା, ବାହାରକୁ ଯିବା ଏବଂ ଅନ୍ୟାନ୍ୟ କାମ କରିବା ଲାଗି ପିତା, ପତି କିମ୍ବା ଭାଇଙ୍କ ଅନୁମତି ନେବାକୁ ପଡ଼ିଥାଏ। ହେଲେ ଗତ କିଛି ମାସ ହେବ ଏହି ରକ୍ଷଣଶୀଳ ଦେଶ ମହିଳାଙ୍କ ଉପରେ ଥିବା ଅନେକ ଅଙ୍କୁଶକୁ ଉଠାଇ ଦେଲାଣି। ନିକଟରେ ମହିଳାମାନେ ଗାଡ଼ି ଚଳାଇବା ଉପରେ ଥିବା ବାସନ୍ଦାଦେଶକୁ ମଧ୍ୟ ଉଠାଇ ନିଆ ଯାଇଥିଲା।
ସାଉଦି ଇତିହାସରେ ପ୍ରଥମଷ୍ଟାଡିୟମରେ ମ୍ୟାଚ୍ ଦେଖିବାକୁ ମହିଳାଙ୍କୁ ଅନୁମତି
/sambad/media/post_attachments/wp-content/uploads/2018/01/Cricket_World_Cup-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)