ସୌମ୍ୟ ମିଶ୍ରଙ୍କୁ ୬୮ତମ ଚେସ୍‌ ମୁକୁଟ

ଭୁବନେଶ୍ବର : ରାଜ୍ୟର ପ୍ରଥମ ଫିଡେ ମାଷ୍ଟର୍‌‌ ସୌମ୍ୟରଂଜନ ମିଶ୍ର ନିଜ ଖେଳ ଜୀବନର ୬୮ତମ ରାଜ୍ୟ ମୁକୁଟ ଅର୍ଜନ କରିଛନ୍ତି। ସେପ୍ଟେମ୍ବର ୨୬ରେ ଅନୁଷ୍ଠିତ ଦ୍ବିତୀୟ ନୃସିଂହ ଚରଣ ମିଶ୍ର ସ୍ମାରକୀ ଚେସ୍‌ ପ୍ରତିଯୋଗିତାରେ ସେ ୯ ରାଉଣ୍ଡରୁ ୮.୫ ପଏଣ୍ଟ୍‌ ସହ ବିଜେତା ହୋଇଛନ୍ତି। ଅ‌ଗଷ୍ଟ ମାସରେ ଅନୁଷ୍ଠିତ ବିଷ୍ଣୁପ୍ରିୟା ପଣ୍ଡା ସ୍ମାରକୀ ଏବଂ ତ୍ରିନାଥ ଦାସ ସ୍ମାରକୀ ଚେସ୍‌ ପ୍ରତିଯୋଗିତାରେ ମଧ୍ୟ ସୌମ୍ୟ ବିଜେତା ହୋଇଥିଲେ। ନୃସିଂହ ସ୍ମାରକୀ ପ୍ରତିଯୋଗିତାରେ ସୌମ୍ୟଙ୍କ ପଛକୁ ସଂଜୀବନ ନାୟକ, ସତ୍ୟମ ସର୍ବଜିତ୍ ମିଶ୍ର, ଶ୍ରୀୟାଂଶ ଦାସ, ଅମିତାଂଶୁ ପ୍ରିୟଦର୍ଶନ, ରବୀନ୍ଦ୍ର କୁମାର ଓଝା, ଅଭୟ କୁମାର ଦାଶ, ଲରେନ୍ସ ପ୍ରଧାନ, ବୋରହାନ୍ ମଲିଆ, ସିଦ୍ଧାର୍ଥ ମିଶ୍ର, ଦୀପ୍ତି ରଂଜନ ନାୟକ, ସଂଗ୍ରାମ ଷଡ଼ଙ୍ଗୀ ଯଥାକ୍ରମେ ଦ୍ବିତୀୟରୁ ଦ୍ବାଦଶ ସ୍ଥାନରେ ରହିଥିଲେ। ବୟସ ବର୍ଗର ପ୍ରତିଯୋଗିତାରେ ଅକ୍ଷଜ ନାୟକ, ଅଭିଜ୍ଞାନ ସାଗର, ବିନାୟକ କୁମାର ସାମଲ, ପ୍ରିୟାଂଶ ଦାସ, ସାହାନା ଲେଙ୍କା ଶ୍ରେଷ୍ଠ ବିବେଚିତ ହୋଇଥିଲେ। ସ୍ନେହାଞ୍ଜଳି ପ୍ରଧାନ, ରାଧାଶ୍ୟାମ ମିଶ୍ର ଯଥାକ୍ରମେ ଶ୍ରେଷ୍ଠ ମହିଳା ଓ ଭେଟେରାନ୍ ଖେଳାଳି ସମ୍ମାନ ପାଇଥିଲେ।

ଉଦଘାଟନୀ ଉତ୍ସବରେ କ୍ୟାପଟେନ୍‌ ଅମୂଲ୍ୟ ରତ୍ନ ମିଶ୍ର, ଜାଇମ୍‌ର ବରିଷ୍ଠ ପ୍ରୋଗ୍ରାମ୍ ପ୍ରବଂଧକ ମନିଲା ପାତ୍ରୋ, ଓଡ଼ିଶା ରାଜ୍ୟ ଚେସ୍‌ ସଂଘ ସମ୍ପାଦକ ସ୍ମୃତି ରଂଜନ ଦାସ, ଯୁଗ୍ମ ସମ୍ପାଦକ ଶ୍ୟାମଲ କୁଣ୍ଡୁ, ସ୍ବର୍ଗତ ନୃସିଂହ ଚରଣ ମିଶ୍ରଙ୍କ କନିଷ୍ଠ ପୁତ୍ର ପ୍ରବୋଧ କୁମାର ମିଶ୍ର, ମୁଖ୍ୟ ଆର୍ବିଟର ଦେବାଶିଷ ପାଣିଗ୍ରାହୀ, ଡେପୁଟି ଆର୍ବିଟର ଦୀପକ କୁମାର ପଲାଇ ଅତିଥି ଥିଲେ।

ସମ୍ବନ୍ଧିତ ଖବର