‌ସୌମ୍ୟଙ୍କୁ ୫୩ତମ ରାଜ୍ୟସ୍ତରୀୟ ଟ୍ରଫି

ଭୁବନେଶ୍ବର: ଅଭିଜ୍ଞ ଚେସ୍ ଖେଳାଳି ତଥା ରାଜ୍ୟର ପ୍ରଥମ ଫିଡେ ମାଷ୍ଟର୍‌ ସୌମ୍ୟରଂଜନ ମିଶ୍ର ରବିବାର ନିଜ ଖେଳ ଜୀବନର ୫୩ତମ ରାଜ୍ୟସ୍ତରୀୟ ଓପନ୍ ଟ୍ରଫି ଜିତି ଆଉ ପାଦେ ଆଗକୁ ବଢ଼ିଛନ୍ତି। ଯାଜପୁରଠାରେ ଶେଷ ହୋଇଥିବା ଓପନ୍ ପ୍ରତିଯୋଗିତାରେ‌ ସୌମ୍ୟ ୬ ରାଉଣ୍ଡ୍‌ରୁ ୫.୫ ପଏଣ୍ଟ୍‌ ସହିତ ଶୀର୍ଷରେ ରହିଥିଲେ। ସଂଜୀବନ ନାୟକ (୫), ବସନ୍ତ କୁମାର ଦାସ (୪) ପରବର୍ତୀ ୨ ସ୍ଥାନରେ ରହିଥିଲେ। ଆଶୁତୋଷ ମହାନ୍ତି, ଧୀରେନ୍ଦ୍ର କୁମାର ଦାସ (ପ୍ରତ୍ୟେକ ୪ ପଏଣ୍ଟ), ରବୀନ୍ଦ୍ର କୁମାର ଓଝା, ରାଜେଶ କୁମାର ଜେନା, ଦେବୀ ପ୍ରସାଦ ବିଶ୍ବାଳ, ସୁବୋଧ ଆଚାର୍ଯ୍ୟ (ପ୍ରତ୍ୟେକ ୩.୫ ପଏଣ୍ଟ) ଏବଂ ପଲକ ମହାପାତ୍ର ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ କନିଷ୍ଠ ବର୍ଗରେ ତୀର୍ଥଙ୍କର ତ୍ରିଦେବ, ଅମନ ଲାହା, ନିଖିଳ ସାହୁ, ସିଦ୍ଧାର୍ଥ ଭୂୟାଁ, କୌଶିକ କୁମାର, ସ୍ବରାଜ କୁମାର ସାହୁ, ଆରୂଷ ଦଭାଦେ, ଚିନ୍ମୟ କୁମାର ମହାପାତ୍ର, ଉଦୟ ପରିଡ଼ା, ରିତୁସ୍ମିତା ବିଶ୍ବାଳ ଯଥାକ୍ରମେ ପ୍ରଥମରୁ ଦଶମ ସ୍ଥାନ ଦଖଲ କରିଥିଲେ।

ସମ୍ବନ୍ଧିତ ଖବର