କଟକ: କଟକ ଜିଲ୍ଲା ଚେସ୍ ପ୍ରତିଯୋଗିତା ସୋମବାର ଉଦ୍ଯାପିତ ହୋଇଛି। ବରିଷ୍ଠରେ ସୌମ୍ୟରଂଜନ ମିଶ୍ର (୫.୫ ପଏଣ୍ଟ୍) ଏବଂ କନିଷ୍ଠରେ ସାଇରୂପା ପି (୭ ପଏଣ୍ଟ୍) ବିଜେତା ହୋଇଛନ୍ତି। କଟକରେ ସୌମ୍ୟଙ୍କ ଏହା ଲଗାତାର ଦ୍ବିତୀୟ ଏବଂ ଖେଳ ଜୀବନର ୫୨ତମ ନିଖିଳ ଓଡ଼ିଶା ଟ୍ରଫି। ସୌମ୍ୟଙ୍କ ସହ ସମାନ ସାଢ଼େ ୫ ପଏଣ୍ଟ୍ ଲେଖାଏଁ ପାଇଥିବା ସାର୍ଥକ ଦେବତା, ଆଶୀର୍ବାଦ ସ୍ବାଇଁ, ସଞ୍ଜୀବନ ନାୟକ, ପ୍ରିୟବ୍ରତ ସିଂହସାମନ୍ତ ଯଥାକ୍ରମେ ଦ୍ବିତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ରବୀନ୍ଦ୍ର କୁମାର ଓଝା, ହର୍ଷିତ ରଂଜନ ସାହୁ, ଚୈତନ୍ୟ ରାଉତ, ଲୋଚନ କୁମାର ଦାସ (ପ୍ରତ୍ୟେକ ୫) ଏବଂ ନାରାୟଣ ସ୍ବାଇଁ (୪.୫) କ୍ରମାନ୍ବୟରେ ବରିଷ୍ଠ ବର୍ଗରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି। କନିଷ୍ଠ ବିଭାଗରେ ସାଇରୂପାଙ୍କ ପଛକୁ ସ୍ଥିତପ୍ରଜ୍ଞ ସାହୁ, ସ୍ବୟଂଶୁ ସାମନ୍ତରାୟ, ଆଧିଶା ଦାଶ, ସାଇ ସୌରଭ ଦାସ (ପ୍ରତ୍ୟେକ ୬), ନିଖିଲ ସାହୁ, ଆୟୁଷ ଆର୍ଯ୍ୟନ୍ ମହାପାତ୍ର, ବି ରାଜବୀର ପାଲ୍ (ପ୍ରତ୍ୟେକ ୫.୫), କୌସ୍ତଭ ଦାସ ଓ ସ୍ବସ୍ତିକ ଶୁଭମ ପଟ୍ଟନାୟକ (୫) ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଅନ୍ୟ ବୟସବର୍ଗରେ ସତ୍ୟାଂଶ ସିୟମ୍ ଋରୁ କମ୍), ବିଶ୍ବପ୍ରିତ ରାଏ (୭ରୁ କମ୍), ପ୍ରତ୍ୟୁଷ ନାୟକ (୮ରୁ କମ୍), ଆଦିତ୍ୟ ରଂଜନ ଦାସ (୯ରୁ କମ୍), ଆୟୁଷା ସାମନ୍ତରାୟ (୧୦ରୁ କମ୍), କୌଶିକ କୁମାର (୧୧ରୁ କମ୍) ପ୍ରଥମ ସ୍ଥାନରେ ରହିଛନ୍ତି। ଶ୍ରେଷ୍ଠ ଭେଟେରାନ୍ ଭାବେ ସୁଧିର କୁମାର ମହାନ୍ତି ଓ ଶ୍ରେଷ୍ଠ ମହିଳା ଖେଳାଳି ଭାବେ ଆଦ୍ୟାଶା ପଟ୍ଟନାୟକ ପୁରସ୍କୃତ ହୋଇଛନ୍ତି। ଉଦ୍ଯାପନୀ ସମାରୋହରେ ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଘ ସଭାପତି ଅସିତ ମୁଖାର୍ଜୀ, ସମ୍ପାଦକ ରଂଜନ ମହାନ୍ତି, ଯୁଗ୍ମ ସମ୍ପାଦକ ସତ୍ୟରଂଜନ ପଟ୍ଟନାୟକ, ଉପସଭାପତି ସନ୍ତୋଷ ପୃଷ୍ଟି, ବରିଷ୍ଠ ଡିଏମ୍ଓ ସେକ୍ ରେହମତୁଲ୍ଲା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଆନ୍ତର୍ଜାତିକ ଖେଳାଳି ରାକେଶ ଜେନା, କେକେ ବିଶୋଇଙ୍କୁ ସମ୍ବର୍ଧିତ କରାଯାଇଥିଲା। ପ୍ରତିଯୋଗିତାକୁ ଆନ୍ତର୍ଜାତିକ ଆର୍ବିଟର ତାପସ ମହାନ୍ତି ଓ ନିହାର ରଂଜନ ସାସମଲ ପରିଚାଳନା କରିଥିଲେ।
ସୌମ୍ୟ, ସାଇରୂପା ବିଜେତା
କଟକ ଜିଲ୍ଲା ଚେସ୍
/sambad/media/post_attachments/wp-content/uploads/2018/12/12-chess.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)