କୋଲ୍କାତା: ବହୁତ ଭଲ ଫର୍ମରେ ଥିଲି। ପ୍ରଚୁର ସ୍କୋର୍ ମଧ୍ୟ କରୁଥିଲି। ଏପରିକି ୨୦୦୭ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ସ୍କୋରର୍ ମଧ୍ୟ ଥିଲି। ହେଲେ ଏହାସତ୍ତ୍ବେ ୨୦୦୭ରେ ଦିନିକିଆ ଆନ୍ତର୍ଜାତିକ ଦଳରୁ ବାଦ୍ ପଡ଼ିଥିଲି। ମୋ ପ୍ରତି କାହିଁକି ଏଭଳି ଅବିଚାର କରାଯାଇଥିଲା ବୋଲି ପ୍ରଶ୍ନ କରିବା ସାଙ୍ଗକୁ ବାଦ୍ ପଡ଼ିବା ଘଟଣାକୁ ସହଜରେ ହଜମ କରିପାରୁନାହାନ୍ତି ବୋଲି କହିଛନ୍ତି ପୂର୍ବତନ ଅଧିନାୟକ ତଥା ଏବର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।
ଭାରତୀୟ ଦଳକୁ ୨୦୦୩ ବିଶ୍ବକପ୍ ଫାଇନାଲ୍ ପହଞ୍ଚାଇଥିବା ଏହି ଅନ୍ୟତମ ସଫଳ ପୂର୍ବତନ ଅଧିନାୟକ କିଛି ପ୍ରଂଶଂସା ପାଇବା ବଦଳରେ ଗ୍ରେଗ୍ ଚାପେଲଙ୍କ ପ୍ରଶିକ୍ଷଣ ସମୟରେ ୨୦୦୫ରେ ଦଳରୁ ଭିତର-ବାହାର ହୋଇଥିଲେ। ତଥାପି ୨୦୦୬ରେ ସଫଳ ପ୍ରତ୍ୟାବର୍ତନ କରି ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ବେଶ୍ ଭଲ ସ୍କୋର୍ କରିବା ସତ୍ତ୍ବେ ତାଙ୍କୁ ୨୦୦୭ରେ ଦିନିକିଆ ଦଳରୁ ବାଦ୍ ଦିଆଯାଇଥିଲା। ୨୦୦୭-୦୮ରେ ଅଷ୍ଟ୍ରେଲିଆ ଗସ୍ତରୁ ହିଁ ରାହୁଲ ଦ୍ରାବିଡ୍ଙ୍କ ସହ ଗାଙ୍ଗୁଲି ଭାରତୀୟ ଦିନିକିଆ ଦଳର ବାଦ୍ ପଡ଼ିଥିଲେ। ଯାହାଫଳରେ ଗାଙ୍ଗୁଲି ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇଯିବାକୁ ବାଧ୍ୟ ହୋଇଥିଲେ। ପ୍ରକୃତରେ ଏହା ବିଶ୍ବାସଯୋଗ୍ୟ ନଥିଲା। ୨୦୦୭ ବର୍ଷ ଅନ୍ୟତମ ସର୍ବାଧିକ ସ୍କୋରର୍ ହେବା ସତ୍ତ୍ବେ ମୋତେ ଦିନିକିଆ ଦଳରୁ ବାଦ୍ ଦିଆଯାଇଥିଲା। ତୁମେ ଭଲ ପ୍ରଦର୍ଶନ କରୁଥିଲା ବେଳେ ଦଳରୁ ବାଦ୍ ଦେବାମାନେ ସେମାନେ କ’ଣ ପ୍ରମାଣିତ କରିବାକୁ ଚାହୁଁଥିଲେ ବୋଲି ବେଙ୍ଗଲି ଦୈନିକ ‘‘ସଂଗବାଦ୍ ପ୍ରତିଦିନ’’ ସହ ଏକ ସାକ୍ଷାତାକାର କହିଛନ୍ତି ଗାଙ୍ଗୁଲି।
ଯଦି ମୋତେ ଆଉ ଦୁଇଟି ଦିନିକିଆ ଶୃଙ୍ଖଳାରେ ଖେଳିବାର ସୁଯୋଗ ମିଳିଥା’ନ୍ତା, ତହାଲେ ମୁଁ ନିଶ୍ଚିତ ଯଥେଷ୍ଟ ରନ୍ କରିଥା’ନ୍ତି। ଆଉ ଯଦି ମୁଁ ନାଗପୁର (୨୦୦୮ ନଭେମ୍ବର)ରେ ଅବସର ନେଇନଥା’ନ୍ତି, ତାହାଲେ ବି ପରବର୍ତୀ ଦୁଇଟି ଟେଷ୍ଟ୍ ଶୃଙ୍ଖଳାରେ ରନ୍ ସ୍କୋର୍ କରିପାରିଥା’ନ୍ତି ବୋଲି କହିଛନ୍ତି ୪୮ ବର୍ଷ ବୟସ୍କ ଗାଙ୍ଗୁଲି। କେବଳ ସେତିକି ନୁହେଁ, ଏବେ ବି ଯଦି ସାମାନ୍ୟ ଅଭ୍ୟାସ କରିବେ ତାହାଲେ ଭାରତ ପାଇଁ ରନ୍ କରିପାରିବେ ବୋଲି ସେ ଦୃଢ଼ତାର ସହ କହିଛନ୍ତି। ବାସ୍ତବରେ ଯଦି ମୋତେ ଏବେ ୬ ମାସ ତାଲିମ ପାଇଁ ସୁଯୋଗ ଦିଆଯାଏ ଏବଂ ୩ ରଣଜୀ ମ୍ୟାଚ୍ ଖେଳିବାକୁ ଛାଡ଼ି ଦିଆଯାଏ ତାହାଲେ ଭାରତ ପାଇଁ ମୁଁ ଟେଷ୍ଟ୍ରେ ପ୍ରଚୁର ରନ୍ କରିବି। ନା’ ୬ ମାସ ନୁହେଁ, ମୋତେ ମାତ୍ର ୩ ମାସ ଦେଲେ ମଧ୍ୟ ମୁଁ ରନ୍ ସ୍କୋର୍ କରିପାରିବି ବୋଲି ଭାରତ ପକ୍ଷରୁ ୧୧୩ ଟେଷ୍ଟ୍ ଏବଂ ୩୧୧ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିବା ଗାଙ୍ଗୁଲି କହିଛନ୍ତି। ତୁମେ ମୋତେ ଖେଳିବାକୁ ଗୋଟିଏ ସୁଯୋଗ ଦେଇପାରିଲନି, ହେଲେ ମୋ ମନରୁ କିପରି ବିଶ୍ବାସ ତୁଟାଇପାରିବ ବୋଲି ଗାଙ୍ଗୁଲି ପଚାରିଛନ୍ତି। ସୂଚନାଯୋଗ୍ୟ, ଆନ୍ତର୍ଜାତିକ ଦୃଶ୍ୟପଟ୍ଟରୁ ଓହରିଯିବା ପରେ ଗାଙ୍ଗୁଲି ୨୦୧୨ ପର୍ଯ୍ୟନ୍ତ ଘରୋଇ କ୍ରିକେଟ୍ ସାଙ୍ଗକୁ ଆଇପିଏଲ୍ ଖେଳିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/sourav_ganguly_jpg_1570991501.jpg)