ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଫିଲ୍ମ, ଗାଙ୍ଗୁଲିଙ୍କ ଚରିତ୍ରରେ ନଜର ଆସିବେ ଏହି ବଲିଉଡ ଅଭିନେତା

ନୂଆଦିଲ୍ଲୀ: କ୍ରିକେଟର ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନୀ ଓ ମହମ୍ମଦ ଆଝାରୁଦ୍ଧିନଙ୍କ ପରେ ଏବେ ସୌରଭ ଗାଙ୍ଗୁଲିଙ୍କ ଜୀବନି ଉପରେ ଫିଲ୍ମ ତିଆରି ହେବାକୁ ଯାଉଛି । ଏନେଇ ନିଜେ ସୌରଭ ଗାଙ୍ଗୁଲି ହିଁ ଏକ ଜାତୀୟ ଗଣମାଧ୍ୟମକୁ ଖବର ଦେଇଛନ୍ତି । ସୌରଭ ଯେବେ ଭାରତୀୟ କ୍ରିକେଟ ଦଳ ଅଧିନାୟକ ରହିଥିଲେ, ତାଙ୍କ ସମୟରେ ଦଳ ଅନେକ ସଫଳତା ହାସଲ କରିଥିଲା । ଏବେ ସେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ସଭାପତି ମଧ୍ୟ ଅଛନ୍ତି । ତେଣୁ ତାଙ୍କର ଏହି ସଫଳ କାହାଣୀକୁ ନେଇ ବଲିଉଡ୍ ଫିଲ୍ମ ନିର୍ମାତା ଏକ ଫିଲ୍ମ କରିବାକୁ ଯୋଜନା କରିଥିବା ଖବର ଆସିଛି ।

ତେବେ ମିଳିଥିବା ସୂଚନା ମୁତାବକ, ଏହି ଫିଲ୍ମର କାହାଣୀ ଏବେ ସୁଦ୍ଧା ଲେଖାସରିଛି । ତେବେ ଏହି ଫିଲ୍ମର ନିର୍ଦ୍ଦେଶନା କିଏ ଦେବ ସେନେଇ ଗାଙ୍ଗୁଲି ନିର୍ଦ୍ଧିଷ୍ଟ ସୂଚନା ଦେଇନାହାଁନ୍ତି । ଅନ୍ୟପଟେ ଏହି ଫିଲ୍ମରେ ଗାଙ୍ଗୁଲିଙ୍କ ଭୂମିକାରେ ବଲିଉଡ୍ ଅଭିନେତା ରଣବୀର କପୁର ନଜର ଆସିବେ ବୋଲି ଜଣାପଡିଛି ।

Cricket Fraternity Pours in Wishes For Sourav Ganguly on His 49th Birthday
India.com

ସୂଚନାଯୋଗ୍ୟ ଯେ, ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ଭାରତୀୟ କ୍ରିକେଟର ଦାଦା ବୋଲି କୁହାଯାଏ । ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ବିଦେଶରେ ଅନେକ ସଫଳତା ହାସଲ କରିଥିଲା । ସୌରଭ ଗାଙ୍ଗୁଲି ଏବେ ଭାରତୀୟ କ୍ରିକେଟ୍ ବୋର୍ଡର ସଭାପତି ମଧ୍ୟ ରହିଛନ୍ତି । ତେଣୁ ତାଙ୍କ ଜୀବନ ଉପରେ ଆଧାରିତ ହେବାକୁ ଥିବା ଏହି ବାୟୋପିକ୍ ଫିଲ୍ମ ଲୋକଙ୍କୁ ପସନ୍ଦ ଆସିବ ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର