ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ସୋମବାର ଗାଙ୍ଗୁଲିଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ କୋଲକାତାର ବୁଡଲେଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୩ ଜଣିଆ ଡାକ୍ତରି ଟିମ ତାଙ୍କ ଉପରେ ନଜର ରଖିଥିଲେ । ତାଙ୍କ ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ହେଲେ ଏଥିରେ ଓମିକ୍ରନ ନଥିବା ସ୍ପଷ୍ଟ ହୋଇଥିଲା ।
ବର୍ଷ ୨୦୨୧ ସୌରଭ ଗାଙ୍ଗୁଲିଙ୍କ ପାଇଁ ଖରାପ ରହି ଆସିଛି । ବର୍ଷ ଆରମ୍ଭରୁ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେହିପରି ବର୍ଷ ଶେଷରେ କୋଭିଡ ପଜିଟିଭ ହୋଇ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୨୦୨୧ରେ ଟିମ ଇଣ୍ଡିଆର ଅଧିନାୟକ ପଦକୁ ନେଇ ମଧ୍ୟ ସେ ବିବାଦରେ ରହିଆସିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/41-19-750x430-1.jpg)