ତିରୁଅନନ୍ତପୁରମ : ତିରୁଅନନ୍ତପୁରମର ଗ୍ରୀନଫିଲଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ରେ ଭାରତୀୟ ବୋଲର ନିଜର କମାଲ ଦେଖାଇଛନ୍ତି । ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦକ୍ଷିଣ-ଆଫ୍ରିକା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ମାତ୍ର ୧୦୬ ରନ କରିପାରିଛି । ଏହାଫଳରେ ଭାରତ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ରହିଛି ।

Advertisment

ଏହି ମ୍ୟାଚରେ ଭାରତ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ମାତ୍ର ବେସ ବୋଲରଙ୍କୁ ସୁହାଉଥିବା ଏହି ପିଚରେ ଦକ୍ଷିଣ ଆଫ୍ରିକା ଦଳ ଆରମ୍ଭରୁ ହିଁ ଭାରତୀୟ ବୋଲରଙ୍କ ସମାନା କରିନପାରି ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ଦ୍ରୁତ ବୋଲର ଅର୍ସଦୀପ ସିଂ, ଦୀପକ ଚହର ଓ ହର୍ଷଲ ପଟେଲଙ୍କ ସାମନା କରିପାରିନଥିଲେ । ତେବେ କେଶବ ମହାରାଜ ଓ ଓ୍ବେଇନ ପାରନେଲ ତଥା ଆଇଡେନ ମାର୍କରାମ ଲଢୁଆ ବ୍ୟାଟିଂ କରି କିଛି ସମୟ କ୍ରିଜରେ ତିଷ୍ଠି ରହିଥିଲେ । ମହାରାଜ ୪୧ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୦୬ ରନ କରିପାରିଥିଲା ।

ଭାରତ ପକ୍ଷରୁ ଅର୍ସଦୀପ ୩ଟି ଓ୍ବିକେଟ ନେଇଥିବାବେଳେ ହର୍ଷଲ ପଟେଲ ଓ ଦୀପକ ଚହର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।