ଜୋହାନେସବର୍ଗ: ଭାରତୀୟ ଖେଳାଳିମାନେ ପ୍ରଥମ ପାଳିରେ ନୈରାଶ୍ୟଜନକ ପ୍ରଦର୍ଶନ କରି ୧୮୭ ରନ୍ ଅଲ ଆଉଟ୍ ହେବା ପରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଜାରି ରଖିଛି। ଦକ୍ଷିଣ ଆଫ୍ରିକା ୨ଟି ଓ୍ଵିକେଟ ହରାଇ ୬୨ ରନ୍ ସଂଗ୍ରହ କରିଛି। ଭାରତର ପ୍ରଥମ ଶିକାର ୩ ରନ୍ରେ ଏଡେନ ମାର୍କମ(୨) ଓ ୧୬ ରନ୍ରେ ଡିନ୍ ଏଲଗର(୪) ୧୬ ରନ୍ରେ ଆଉଟ୍ ହୋଇ ପାଭଲିଅନ ଫେରିଛନ୍ତି। ଉଭୟ ବ୍ୟାଟ୍ସମ୍ୟାନ ଭୁବନେଶ୍ୱର କୁମାରଙ୍କ ବଲ ପାର୍ଥିବ ପଟେଲଙ୍କୁ କ୍ୟାଚ ଦେଇ ପାଭଲିଅନ୍ ଫେରିଥିଲେ।
୩ୟ ତଥା ଶେଷ ଟେଷ୍ଟ ମ୍ୟାଚ୍ରେ ଭାରତ ବୁଧବାର ମାତ୍ର ୧୨ଟି ବଲରେ କୌଣସି ରନ୍ ସଂଗ୍ରହ ନକରି ୩ଜଣ ଖେଳାଳିଙ୍କୁ ହରାଇ ଥିଲା। ଚେତେଶ୍ୱର ପୂଜାରା, ପାର୍ଥିବ ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୪୪ ରନ୍ ଭିତରେ କ୍ରମାଗତ ଆଉଟ୍ ହୋଇ ପାଭଲିଅନ୍ ଫେରଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ଖେଳାଳିମାନେ ମଧ୍ୟ ଅଧିକ ସମୟ ଧରି ତିଷ୍ଠି ପାରି ନଥିଲେ। ଦକ୍ଷିଣ ଆଫ୍ରିକାର ଦମ୍ଦାର ବୋଲରଙ୍କୁ ସମ୍ମୁଖୀନ ହୋଇ ନପାରି ବିଟାଟଙ୍କ ସେନା ଗୋଟିଏ ପରେ ଗୋଟିଏ ପାଭଲିଅନ୍ ଫେରିଥିଲେ।
ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ୩ୟ ଟେଷ୍ଟ ମ୍ୟାଚ୍ ଜୋହାନେସବର୍ଗସ୍ଥିତ ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ବୁଧବାର ଭାରତ ୯୭ ରନ୍ରେ ୩ୟ ଓ୍ଵିକେଟରେ ବିରାଟ କୋହଲି(୫୪), ୪ର୍ଥ ଓ୍ଵକେଟ ୧୧୩ ରନ୍ରେ ଆଜିଙ୍କ୍ୟ ରାହାଣେ(୯), ୫ମ ଓ୍ଵିକେଟ ୧୪୪ ରନ୍ରେ ଚେତେଶ୍ୱର ପୂଜାରା(୫୦), ୬ଷ୍ଠ ଓ୍ଵିକେଟ ୧୪୪ ରନ୍ରେ ପାର୍ଥିବ ପଟେଲ(୨), ୭ମ ଓ୍ଵିକେଟ ୧୪୪ ରନ୍ରେ ହାର୍ଦ୍ଦିକ ପାଣ୍ଡ୍ୟା(୦) ପାଭଲିଅନ ଫେରିଥିଲେ। ସେହିପରି ଦକ୍ଷିଣ ଆଫ୍ରିକାର ୮ମ ଶିକାର ମହମ୍ମଦ ସାମି(୮) ହୋଇଥିବା ବେଳେ ଈଶାନ୍ତ ଶର୍ମା(୦) ୯ମ ଓ୍ଵିକେଟରେ ଆଉଟ ହୋଇଥିଲେ।
ଟସ୍ ଜିଣି ଭାରତ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଛି। ମାତ୍ର ୬ ରନ୍ରେ ଲୋକେଶ ରାହୁଲ(୦) ଓ ୧୩ ରନ୍ରେ ମୁରଲି ବିଜୟ(୮)ଙ୍କୁ ହରାଇଛି। କାଗିସୋ ରାବଡ଼ାଙ୍କ ବଲ କ୍ୱାଟନ୍ ଡି କକ୍ଙ୍କୁ ଦେଇ ମୁରଲି ଆଉଟ୍ ହୋଇଥିବା ବେଳେ ଭେରନନ ଫିଲେଣ୍ଡରଙ୍କ ବଲ ଡି କକ୍ଙ୍କୁ କ୍ୟାଚ୍ ଦେଇ ପାଭଲିୟନ ଫେରିଥିଲେ ଲୋକେଶ ରାହୁଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/pujara.jpeg)