ଚନ୍ଦ୍ରରେ ମଧ୍ୟ ବ୍ୟାଟିଂ କରିପାରିବେ ସଞ୍ଜୁ ସାମସନ୍‌: ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଓ୍ଵିକେଟ୍‌କିପର ତଥା ବ୍ୟାଟସ୍‌ମ୍ୟାନ୍‌ ସଞ୍ଜୁ ସାମ୍‌ସନ୍‌ଙ୍କ ୯୧ ରନ୍‌ ବଳରେ ଇଣ୍ଡିଆ-ଏ ଟିମ୍‌ ପଞ୍ଚମ ତଥା ଶେଷ ଦିନିକିିଆରେ ‘ଦକ୍ଷିଣ ଆଫ୍ରିକା-ଏ’କୁ ୩୬ ରନ୍‌ରେ ପରାସ୍ତ କରି ଶୃଙ୍ଖଳାକୁ ୪-୧ରେ ଜିତିଛି। କ୍ରିକେଟ୍‌ପ୍ରେମୀଙ୍କ ବ୍ୟତୀତ ବରିଷ୍ଠ ଖେଳାଳିମାନେ ମଧ୍ୟ ସାମ୍‌ସନ୍‌ଙ୍କୁ ବହୁ ପ୍ରଶଂସା କରୁଛନ୍ତି। ହରଭଜନ ସିଂହ ଶୁକ୍ରବାର ଟୁଇଟ୍‌ କରି ଟିମ୍‌ ଇଣ୍ଡିଆର ୪ର୍ଥ କ୍ରମରେ ବ୍ୟାଟିଂ ପାଇଁ ସଞ୍ଜୁ ସାମ୍‌ସନ ଫିଟ୍‌ ଅଛନ୍ତି ବୋଲି ଉଲ୍ଲେଖ କରିଥିବା ବେଳେ ଏହାକୁ ଗୌତମ ଗମ୍ଭୀର ମଧ୍ୟ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି, ସଞ୍ଜୁ ଚନ୍ଦ୍ରରେ ମଧ୍ୟ ବ୍ୟାଟିଂ କରିପାରିବେ।

ହରଭଜନଙ୍କ ଟୁଇଟ୍‌କୁ ପୁନଃ ଟୁଇଟ୍‌ କରି ଗମ୍ଭୀର ଲେଖିଛନ୍ତି, ହଁ, ବର୍ତ୍ତମାନ ଫର୍ମ ଓ କ୍ଷମତାକୁ ଯଦି ଦେଖିବା ତା’ହେଲେ ସଞ୍ଜୁ ସାମ୍‌ସନ୍‌ ଚନ୍ଦ୍ରର ‘ଦକ୍ଷିଣ ଧ୍ରୁବ’ରେ ବ୍ୟାଟିଂ କରିପାରିବେ। ସଞ୍ଜୁ ଜଣେ ଭଲ ବ୍ୟାଟସ୍‌ମ୍ୟାନ୍‌। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ୪୮ଟି ବଲ୍‌ ଖେଳି ୯୧ ରନ୍‌ ସଂଗ୍ରହ କରିଛନ୍ତି।

ସମ୍ବନ୍ଧିତ ଖବର