ଡାମ୍ବୁଲା: ଶ୍ରୀଲଙ୍କା ଗସ୍ତରେ ଥିବା ଦକ୍ଷିଣ ଅଫ୍ରିକା ଟେଷ୍ଟ୍ ଶୃଙ୍ଖଳା ହାରିବା ପରେ ଦିନିକିଆରେ ଦମ୍ଦାର ପ୍ରଦର୍ଶନ କରିଛି। ପ୍ରଥମ ଦିନିକିଆକୁ ୫ ଓ୍ଵିକେଟ୍ରେ ଜିତିଥିବା ଡୁ’ପ୍ଲେସିସ୍ଙ୍କ ଦଳ ବୁଧବାର ଦ୍ୱିତୀୟ ମ୍ୟାଚ୍କୁ ୪ ଓ୍ଵିକେଟ୍ରେ ଜିତିନେଇଛି। ଏଥି ସହିତ ଭ୍ରମଣକାରୀ ଦଳ ୫ ଟିକିଆ ଶୃଙ୍ଖଳାରେ ୨-୦ରେ ଆଗୁଆ ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୮ ଓ୍ଵିକେଟ୍ ବିନିମୟରେ ୨୪୪ ରନ୍ କରିଥିଲା। ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ୍ ଅପରାଜିତ (୭୯*) ଏବଂ ଓ୍ଵିକେଟ୍ରକ୍ଷକ ନିରୋସାନ ଡିକ୍ଓ୍ଵାଲା (୬୯) ଅର୍ଧଶତକ ଜମାଇଥିଲେ। ଉଭୟ ଚତୁର୍ଥ ଓ୍ଵିକେଟ୍ରେ ୬୭ ରନ୍ ଯୋଡ଼ିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍ଗିଡି ଏବଂ ଆନ୍ଦିଲେ ଫେଲୁକ୍ୱାଓ ୩ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୪୨.୫ ଓଭରରେ ୬ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି କ୍ୱିଣ୍ଟନ୍ ଡି’କକ୍ (୮୭) ଅର୍ଧଶତକ ହାସଲ କରିଥିଲା ବେଳେ ଫାଫ୍ ଡୁ’ପ୍ଲେସିସ୍ ୪୯, ହାସିମ ଆମ୍ଲା ୪୩, ଜେପି ଡୁମିନି ୩୨ ରନ୍ କରିଥିଲେ। ଶ୍ରୀଲଙ୍କାର ସଫଳ ବୋଲର ଭାବେ ଅକିଲ ଧନଞ୍ଜୟ ୩ ଓ୍ଵିକେଟ୍ ନେଇଥିଲେ।
ଦକ୍ଷିଣ ଆଫ୍ରିକାଠୁ ପୁଣି ହାରିଲା ଶ୍ରୀଲଙ୍କା
/sambad/media/post_attachments/wp-content/uploads/2018/08/ball-bat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)