ନ୍ୟୁଲାଣ୍ଡ୍ : ଦକ୍ଷିଣ ଆଫ୍ରିକା ଦଳର ଜଣେ ଖେଳାଳି କରୋନା ଆକ୍ରାନ୍ତ ହେବାରୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ ରବିବାରକୁ ଘୁଞ୍ଚାଇ ଦିଆଯାଇଛି। ଏହି ମ୍ୟାଚ୍ ପ୍ରକୃତରେ ଆଜି (ଶୁକ୍ରବାର) ଖେଳାଯିବାର ଥିଲା। ତେବେ ଗୁରୁବାର ଅନ୍ତିମ ପର୍ଯ୍ୟାୟ ପରୀକ୍ଷା ପରିଚାଳନା ହୋଇଥିଲା ବେଳେ ସେଥିରେ ଘରୋଇ ଦଳର ଜଣେ ଖେଳାଳିଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସଂପୃକ୍ତ ଖେଳାଳିଙ୍କ ନାମ ଗୋପନ ରଖାଯାଇଥିଲେ ମଧ୍ୟ ଏହା ତୃତୀୟ ମାମଲା ଥିବା କୁହାଯାଇଛି। ଏହା ପୂର୍ବରୁ ୬ ମ୍ୟାଚ୍ ବିଶିଷ୍ଟ ସୀମିତ ଓଭର ଶୃଙ୍ଖଳା ପୂର୍ବ ପ୍ରଶିକ୍ଷଣ ଶିବିର ଅବସରରେ ଦକ୍ଷିଣ ଆଫ୍ରିକା ଦଳର ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଗୁରୁବାର ଜଣଙ୍କ ପଜିଟିଭ୍ ଯୋଗୁଁ ପ୍ରଥମ ଦିନିକିଆକୁ ଦୁଇ ଦିନ ଘୁଞ୍ଚାଇ ଦିଆଯାଇଛି। ଯାହାଫଳରେ ଶୁକ୍ରବାର ପରିବର୍ତେ ଏହି ମ୍ୟାଚ୍ ରବିବାର ଖେଳାଯିବ ବୋଲି କୁହାଯାଇଛି। ତେବେ ଆଜି ସମସ୍ତ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ଙ୍କର ଆଉ ଏକ ପର୍ଯ୍ୟାୟ ପରୀକ୍ଷା କରାଯାଇଛି ଏବଂ ରବିବାର ପ୍ରଥମ ମ୍ୟାଚ୍ ଖେଳାଯିବାର ସମ୍ଭାବନା ରହିଛି। ଏହାକୁ ଉଭୟ ବୋର୍ଡ ସମ୍ମତି ଜଣାଇଛନ୍ତି। ଦକ୍ଷିଣ ଆଫ୍ରିକା ବୋର୍ଡର ସିଇଓ କୁଗାଣ୍ଡ୍ରି ଗୋଭେଣ୍ଡର ଏବଂ ଇଂଲଣ୍ଡ ବୋର୍ଡ (ଇସିବି)ର ସିଇଓ ଟମ୍ ହାରିସନ୍ ସୂଚୀ ପରିବର୍ତନ ପାଇଁ ରାଜି ହୋଇଛନ୍ତି। ପରିବର୍ତିତ ସୂଚୀ ଅନୁଯାୟୀ ପ୍ରଥମ ଦିନିକିଆ ରବିବାର (୬ ତାରିଖ), ଦ୍ବିତୀୟ ଦିନିକିଆ ସୋମବାର (୭ ତାରିଖ) ଏବଂ ତୃତୀୟ ତଥା ଶେଷ ଦିନିକିଆ ବୁଧବାର (୯ ତାରିଖ) ଖେଳାଯିବ। ପୂର୍ବରୁ ପ୍ରଥମ ଦିନିକିଆ ୪ ତାରିଖ, ଦ୍ବିତୀୟ ୬ ଓ ତୃତୀୟ ତଥା ଶେଷ ମ୍ୟାଚ୍ ୯ ତାରିଖରେ ଖେଳାଯିବାର ସୂଚୀ ରହିଥିଲା।
କରୋନା କାଳ : ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ପ୍ରଥମ ଦିନିକିଆ ରବିବାରକୁ ଘୁଞ୍ଚିଲା
/sambad/media/post_attachments/wp-content/uploads/2020/12/Untitled-1-copy-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)