ଡର୍ବାନ୍‌: କିଙ୍ଗ୍‌ସମିଡ୍‌ରେ ଚାଲିିଥିବା ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ଆଲୋକ ଅଭାବରୁ କେବଳ ପଞ୍ଚମ ଦିନକୁ ଯାଇଛି। ପରାଜୟ ଦ୍ୱାରରେ ଛିଡ଼ା ହୋଇଛି ଘରୋଇ ଦକ୍ଷିଣ ଆଫ୍ରିକା। ୪୧୮ ରନ୍‌କୁ ପିଛା କରିଥିବା ଦକ୍ଷିଣ ଆଫ୍ରିକା ଚତୁର୍ଥ ଦିନ ଖେଳ ବନ୍ଦ ବେଳକୁ ୯ ଓ୍ଵିକେଟ୍‌ରେ ୨୯୩ ରନ୍‌ କରିଥିଲା। ଦ୍ୱିତୀୟ ପାଳି ଆରମ୍ଭ କରିବା ପରେ ଦକ୍ଷିଣ ଆଫ୍ରିକା ୧୩୬ ରନ୍‌ରେ ୫ ଓ୍ଵିକେଟ୍‌ ହରାଇ ଦେଇଥିଲା। ପ୍ରାରମ୍ଭିକ ଖେଳାଳି ଆଦୈନ ମର୍କରାମ (୧୪୩, ୨୧୮ ବଲ୍‌, ୧୯ ଚୌକା) ଏବଂ ଓ୍ଵିକେଟରକ୍ଷକ କ୍ୱିଣ୍ଟନ୍‌ ଡି’କକ୍‌ (୮୧*, ୧୩୮ ବଲ୍‌, ୧୧ ଚୌକା) ଷଷ୍ଠ ଓ୍ଵିକେଟ୍‌ ପାଇଁ ୧୪୭ ରନ୍‌ ଯୋଡ଼ି ଆଶା ସଞ୍ଚାର କରିଥିଲେ। କିନ୍ତୁ ମର୍କରାମଙ୍କୁ ଆଉଟ୍‌ କରି ମିଚେଲ୍‌ ମାର୍ସ ଅଷ୍ଟ୍ରେଲିଆ ସୁଯୋଗ କାଏମ ରଖିଥିଲେ। ଏହା ପରେ ମିଚେଲ ଷ୍ଟାର୍କ ୩ ଲଗାତାର ୩ ଓ୍ଵିକେଟ୍‌ ନେବାରୁ ଘରୋଇ ଦଳ ୭ ରନ୍‌ ଭିତରେ ୪ ଓ୍ଵିକେଟ୍‌ ହରାଇ ଦେଇଥିଲା।

Advertisment

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୩୫୧। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୧୬୨। ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳି: ୨୨୭। (କାମେରନ୍‌ ବନ୍‌କ୍ରଫ୍ଟ-୫୩, କେଶବ ମହାରାଜ-୪/୧୦୨, ମର୍ନି ମର୍କେଲ୍‌-୩/୪୭, କାଗିସୋ ରାବାଦା-୨/୨୮, ଡିନ୍‌ ଏଲଗାର-୧/୧୦)। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳି: ୮୯ ଓଭରରେ ୨୯୩/୯ (ମର୍କରାମ-୧୪୩, କ୍ୱିଣ୍ଟନ୍‌-୮୧*, ମିଚେଲ ଷ୍ଟାର୍କ-୪/୭୪, ହାଜେଲ୍‌ଉଡ୍‌-୨/୫୭, ମାର୍ସ-୧/୨୧, କମିନ୍‌ସ-୧/୪୭)